ETV Bharat / bharat

ଏବର୍ଷ ବି ଯବାନଙ୍କ ସହ କାଶ୍ମୀରରେ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ମୋଦି - ଯବାନଙ୍କ ସହ ମୋଦି ପାଳିବେ ଦିପାବଳୀ

ଚଳିତବର୍ଷ ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । କାଶ୍ମୀର ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ..

କଶ୍ମୀରରେ ଯବାନଙ୍କ ସହ ଦିପାବଳୀ ପାଳିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Nov 3, 2021, 7:34 PM IST

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି (ଗୁରୁବାର) ଜମ୍ମୁ କାଶ୍ମୀର ଗସ୍ତ କରିବେ। ମିଳିଥିବା ସୂଚନା ଅନୁସାରେ, କାଶ୍ମୀରର ନୌସେରା ସେକ୍ଟରରେ ଥିବା ସେନା ଶିବିରରେ ସେନାଧିକାରୀ ଓ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ଚଳିତବର୍ଷ ଦୀପାବଳି ପାଳନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ରଖାଯାଇଛି । ବିଗତବର୍ଷ ମାନଙ୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସେନାର ବିଭିନ୍ନ ଶିବିର ପରିଦର୍ଶନ କରିବା ସହ ଯବାନଙ୍କ ସହ ଦିପାବଳୀ ପାଳନ କରିସାରିଛନ୍ତି ।

ନଜର ପକାନ୍ତୁ କେଉଁ ବର୍ଷ, କେଉଁଠି ଦୀପାବଳି ପାଳିଥିଲେ ପ୍ରଧାନମନ୍ତ୍ରୀ -

2020: ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନ ସୀମାରେ ଥିବା ଲୋଙ୍ଗୱାଲାର ସେନା ପୋଷ୍ଟରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ।

2019 : ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀରର ରଜୌରୀ ଘାଟି ପରିଦର୍ଶନ କରିବା ସହ LoCରେ ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କ ସହ ଦିପାବଳୀ ପାଳନ କରିଥିଲେ ।

2018: ଉତ୍ତରାଖଣ୍ଡର ହର୍ସିଲରେ ସେନା ଏବଂ ଆଇଟିବିପି ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ।

2017: ପୂର୍ବତନ ସେନା ମୁଖ୍ୟ ମେଜର ଜେନେରାଲ ବିପିନ ରାୱତଙ୍କ ସହ ବାନ୍ଦିପୋରା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସେନା ଶିବିର ପରିଦର୍ଶନ କରିଥିଲେ । ସେ ଗୁରେଜ ସେକ୍ଟରରେ 15 କର୍ପସର ଯବାନଙ୍କ ସହ ଦିପାବଳୀ ପାଳନ କରିଥିବା ଦେଖିବାକୁ ମିଳିଥିଲା ।

2016: ମୋଦି ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲା ପରିଦର୍ଶନ କରିଥିଲେ। ସେ ଇଣ୍ଡୋ-ତିବ୍ଦତ ସୀମାରେ ସେନା ଯବାନ, ITBP ଏବଂ ଡୋଗ୍ରା ସ୍କାଉଟ୍ସର ଯବାନଙ୍କ ସହ ଦିପାବଳୀ ପାଳି ଉତ୍ସବ ମନାଇଥିଲେ ।

କଶ୍ମୀରରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ପାଳିବେ ଦିପାବଳୀ

2015: 1965 ଯୁଦ୍ଧର 50ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ପାକ୍ ସୀମାର ଫରଓ୍ବାର୍ଡ ବେସ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନରେ ବାରଗୀ ଯୁଦ୍ଧ ମେମୋରିଆଲ ଓ ଡୋଗ୍ରାଇ ଯୁଦ୍ଧ ମେମୋରିଆଲ ପରିଦର୍ଶନ କରିବା ସହ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ନଜର ଆସିଥିଲେ ।

2014: ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋ-ପାକ ସୀମା ନିକଟବର୍ତ୍ତୀ ବିଶ୍ବର ଉଚ୍ଚତ୍ତମ ଯୁଦ୍ଧକ୍ଷେତ୍ର ସିଆଚିନ୍ ଗ୍ଲାସିଅର୍ ପରିଦର୍ଶନ କରିବା ସହ ସେଠାରେ ପ୍ରତିକୂଳ ପରିସ୍ଥିତିରେ ଦେଶର ସୀମା ସୁରକ୍ଷାରେ ଥିବା ଯବାନଙ୍କ ସହ ଦିପାବଳୀ ପାଳନ କରି ସେନାର ଉତ୍ସାହ ବଢାଇଥିବା ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.