ETV Bharat / bharat

Italian PM Meloni india visit: ସ୍ବାଗତ କଲେ ମୋଦି, ଘୋଷଣା କଲେ ଇଣ୍ଡୋ-ଇଟାଲୀ ଷ୍ଟାର୍ଟଅପ୍ ବ୍ରିଜ - ଭାରତରେ ଇଟାଲୀ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ ଭାରତ ଗସ୍ତରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡୋ-ଇଟାଲୀ ବାଣିଜ୍ୟିକ ସମ୍ପର୍କ ସୁଦୃଢୀକରଣ ପାଇଁ ଘୋଷଣା କଲେ ଷ୍ଟାର୍ଟଅପ୍ ବ୍ରିଜ । ଅଧିକ ପଢନ୍ତୁ

ସ୍ବାଗତ କଲେ ମୋଦି, ଘୋଷଣା କଲେ ଇଣ୍ଡୋ-ଇଟାଲୀ ଷ୍ଟାର୍ଟଅପ ବ୍ରିଜ

author img

By

Published : Mar 2, 2023, 9:39 PM IST

ନୂଆଦିଲ୍ଲୀ: ଆଜି ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । ସେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଥିଲେ । ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏଥିରେ ଏକାଧିକ ପ୍ରସଙ୍ଗ ସ୍ଥାନ ପାଇବା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କର ସୁଦୃଢୀକରଣ ଦିଗରେ ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକାଧିକ ବାଣିଜ୍ୟିକ କ୍ଷେତ୍ରରେ ପାରସ୍ପାରିକ ସମ୍ପର୍କ ବୃଦ୍ଧି ପାଇଁ ଇଣ୍ଡୋ-ଇଟାଲୀ ଷ୍ଟାର୍ଟଅପ ବ୍ରିଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେହିପରି ଅତିଥି ପ୍ରଧାନମନ୍ତ୍ରୀ ମେଲୋନୀଙ୍କୁ ସ୍ବାଗତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଗତବର୍ଷ ନିର୍ବାଚନରେ ଇଟାଲୀବାସୀ ପ୍ରଥମ ମହିଳା ଓ ଜଣେ କନିଷ୍ଠ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିଛନ୍ତି । ମେଲୋନୀ ଇଟାଲୀ ଇତିହାସରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଓ କନିଷ୍ଠତମ ମଧ୍ୟ । ତାଙ୍କର ଏହି ସଫଳତା ପାଇଁ ମୁଁ ସମସ୍ତ ଭାରତୀୟଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତ-ଇଟାଲୀ ଦ୍ବିପାକ୍ଷିକ ସମ୍ପର୍କର ୭୫ବର୍ଷ ପୂର୍ତ୍ତି କରିବାକୁ ଯାଉଛନ୍ତି । ଏବେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବାର ସମୟ ଆସିଛି ।’’

ମୋଦି ଆହୁରି ମଧ୍ୟ କହିଛନ୍ତି, ‘‘ଏହି ଅବସର ଇଣ୍ଡୋ-ଇଟାଲୀ ବାଣିଜ୍ଯିକ ସହଭାଗୀତାକୁ ଆହୁରି ସୁଦୃଢ କରାଯିବ । ଉଭୟ ଦେଶ ମିଳିତ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ସହ ଅନ୍ୟ ବୈଶ୍ବିକ ପ୍ରସଙ୍ଗ ଉପରେ କାର୍ଯ୍ୟ କରିବା ଜାରି ରଖିବେ । ଏହା ପାଇଁ ଏକ ଷ୍ଟାର୍ଟଅପ ବ୍ରିଜ ମଧ୍ୟ ଘୋଷଣା କରାଯାଇଛି । ଏହି ଷ୍ଟାର୍ଟଅପ ବ୍ରିଜ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବାଣିଜ୍ୟିକ ସେତୁ ଭାବେ କାର୍ଯ୍ୟକରିବ । ନବୀକରଣଯୋଗ୍ୟ ଶକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଟେଲି ଯୋଗାଯୋଗ, ସେମି କଣ୍ଟକ୍ଟର ଓ ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ।’’

ସେହିପରି ସେ ଦୁଇ ଦେଶର ସୁସମ୍ପର୍କ ଓ ସହଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଉଭୟ ଦେଶ ମଧ୍ୟରେ ଦୀର୍ଘ ଦଶନ୍ଧିର ସଫଳ ଦ୍ବିପାକ୍ଷିକ ସମ୍ପର୍କ ରହିଆସିଛି । ଉଭୟ ଦେଶ ଚଳିତବର୍ଷ ଦ୍ବିପାକ୍ଷିକ ସମ୍ପର୍କରେ ୭୫ ବର୍ଷ ପାଳନ କରୁଛନ୍ତି । ଉଭୟ ଦେଶ ବିବିଧତା, ଇତିହାସ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ, କ୍ରୀଡା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ସହ ଉଲ୍ଲେଖନୀୟ ସଫଳତା ମଧ୍ୟ ହାସଲ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ଜର୍ଜିଆ ମେଲୋନୀ ହେଉଛନ୍ତି ଇଟାଲୀ ଇତିହାସର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଆଜି ସେ ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.