ETV Bharat / bharat

ସ୍ବାଧୀନତା ଦିବସରେ ମୋଦିଙ୍କ ସ୍ବତନ୍ତ୍ର ବେଶଭୂଷା; ରାଜସ୍ଥାନୀ ପଗଡ଼ିରେ ଆସିଲେ ନଜର - ରାଜସ୍ଥାନୀ ପଗଡି ପିନ୍ଧିଲେ ପ୍ରଧାନମନ୍ତ୍ରୀ

ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ବେଶଭୂଷା । ପାରମ୍ପରିକ ରାଜସ୍ଥାନୀ ପଗଡି ପିନ୍ଧି ତ୍ରିରଙ୍ଗା ଉଡ଼ାଇଲେ ମୋଦି । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସରେ ମୋଦିଙ୍କ ସ୍ବତନ୍ତ୍ର ବେଶାଭୂଷା

author img

By

Published : Aug 15, 2023, 10:40 AM IST

Updated : Aug 15, 2023, 11:22 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ବର୍ଷ ସ୍ବାଧୀନତା ଦିବସରେ ନିଜର ଖାସ୍ ବେଶଭୂଷା ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ତାଙ୍କର ପଗଡି ବାନ୍ଧିବାର ଅନ୍ଦାଜ ସବୁଠୁ ଅଧିକ ଆକର୍ଷକ ହୋଇଥାଏ । ଆଜି ୭୭ତମ ସ୍ବାଧୀନତା ଦିବସ ଅବସରରେ ମୋଦି ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ସେ ଏକ ଆକର୍ଷଣୀୟ ପଗଡ଼ିରେ ନଜର ଆସିଛନ୍ତି । ଏଥର ସେ ହଳଦିଆ ଓ ଲାଲ୍, ସବୁଜ ସମେତ ବିଭିନ୍ନ ରଙ୍ଗର ପାରମ୍ପରିକ ରାଜସ୍ଥାନୀ ବାନ୍ଧିନୀ ଡିଜାଇନର ପଗଡ଼ି ପିନ୍ଧିଛନ୍ତି ।

ସ୍ବାଧୀନତା ଦିବସରେ ମୋଦିଙ୍କ ସ୍ବତନ୍ତ୍ର ବେଶଭୂଷା

ପ୍ରଧାନମନ୍ତ୍ରୀ ରଙ୍ଗବେରଙ୍ଗୀ ରାଜସ୍ଥାନୀ ପଗଡ଼ି ସାଙ୍ଗକୁ ଅଫ୍ ହ୍ବାଇଟ୍ ରଙ୍ଗର ପାରମ୍ପରିକ କୁର୍ତ୍ତା, ଚୁଡ଼ିଦାର ପାଇଜାମା ଓ କଳା ରଙ୍ଗର 'V' ନେକ୍ ଜ୍ୟାକେଟ୍‌ ପରିଧାନ କରିଛନ୍ତି । ୨୦୧୪ରୁ ୨୦୨୩ ଯାଏଁ ମୋଦିଙ୍କ ସ୍ବତନ୍ତ୍ର ପଗଡ଼ି ସବୁବେଳେ ଚର୍ଚ୍ଚା ସାଉଁଟିଥାଏ । ପ୍ରତିବର୍ଷ ସେ ସ୍ବତନ୍ତ୍ର ଧରଣର ପଗଡ଼ି ପିନ୍ଧନ୍ତି । ସବୁଥର ତାଙ୍କର ପଗଡ଼ି ବଦଳି ଥାଏ । ୨୦୨୨ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ରଙ୍ଗର ପଗଡ଼ି ବାନ୍ଧିଥିଲେ । ଧଳା କୁର୍ତ୍ତା, ଚୁଡ଼ିଦାର, ପାଇଜାମା ଏବଂ ନୀଳ ରଙ୍ଗରେ ଜ୍ୟାକେଟ୍‌ ପରିପାଟ୍ଟୀ ସହ ସେ ଲାଲକିଲ୍ଲାରେ ଧ୍ବଜାବତରଣ କରିଥିଲେ । ଏହାର ପୂର୍ବବର୍ଷ ଧଳା କୁର୍ତ୍ତା, ଆକାଶୀ ନୀଳ ରଙ୍ଗର ଜ୍ୟାକେଟ ଓ ଗଳାରେ ଲାଲ୍ ଷ୍ଟୋଲ ସହ ଗୋଲପୀ ଓ କେଶରୀ ରଙ୍ଗର ପଗଡି ବାନ୍ଧିଥିଲେ । ତେବେ ପ୍ରଧାନମନ୍ତ୍ରୀ ଖଦୀ କୁର୍ତ୍ତା ସହ ଚୁଡିଦାର ପାଇଜାମ ପରିଧାନ କରିବାକୁ ବେଶୀ ପସନ୍ଦ କରନ୍ତି ।

ଏହାମଧ୍ୟ ପଢନ୍ତୁ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 140 କୋଟି ଭାରତୀୟଙ୍କୁ ପରିବାର କହିଲେ ମୋଦି, ଆସିବ ବିଶ୍ବକର୍ମା ଯୋଜନା

ପ୍ରକାଶ ଥାଉକି, ଆଜି ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛନ୍ତି ସମଗ୍ର ଭାରତ । ସ୍ବାଧୀନତାର ରଙ୍ଗରେ ରଙ୍ଗାୟିତ ହୋଇ ପୁରା ଦେଶ । ଦିଲ୍ଲୀରୁ ପଲ୍ଲୀ ସବୁଠୁ ଫରଫର ଉଡୁଛି ତ୍ରିରଙ୍ଗା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲଲାରୁ ତ୍ରିରଙ୍ଗା ଉଡାଇ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଦେଶକୁ ସମ୍ବୋଧନ କରିବା ବେଳେ ସେ ମଧ୍ୟବିତ୍ତ ଓ ମହିଳା ନେତୃତ୍ବାଧୀନ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପ୍ରତିବର୍ଷ ସ୍ବାଧୀନତା ଦିବସରେ ଆକର୍ଷଣୀୟ ପଗଡି ପିନ୍ଧନ୍ତି ପ୍ରଧାନମନ୍ତ୍ରୀ ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 15, 2023, 11:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.