ETV Bharat / bharat

କୃଷି ଆଇନ ସମ୍ପର୍କିତ ଆଲୋଚନା ବେଳେ ଅହଂକାରୀ ହୋଇପଡିଥିଲେ ମୋଦି: ମେଘାଳୟ ରାଜ୍ୟପାଳ

author img

By

Published : Jan 3, 2022, 10:12 PM IST

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବସ୍ଫୋରକ ବୟାନ । କହିଲେ କୃଷି ଆଇନକୁ ନେଇ ସକ୍ଷାତ ସମୟରେ ଅହଂକାରୀ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ । କିଛି ସମୟ ପାଇଁ ହୋଇଥିଲା ତର୍କ । ଅଧିକ ପଢନ୍ତୁ

କୃଷି ଆଇନ ଆଲୋଚନା ବେଳେ ଅଂହକାରୀ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ: ମେଘାଳୟ ରାଜ୍ୟପାଳ
କୃଷି ଆଇନ ସମ୍ପର୍କିତ ଆଲୋଚନା ବେଳେ ଅହଂକାରୀ ହୋଇପଡିଥିଲେ ମୋଦି: ମେଘାଳୟ ରାଜ୍ୟପାଳ

ଚଣ୍ଡିଗଡ: ବିବାଦୀୟ କୃଷି ଆଇନକୁ ନେଇ ବର୍ଷ ତମାମ ବିବାଦ ଓ ରାଜନୀତି ଜୋର ଧରିଥିବା ବେଳେ ବର୍ଷ ଶେଷ ଭାଗରେ ଏହି ଆଇନ ପ୍ରତ୍ୟାହାର ସହ ବିବାଦ ମଧ୍ୟ ନିରବ ପଡିଛି । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।

ଏହି ବିବାଦୀୟ ଆଇନକୁ ନେଇ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀ ଅହଂକାରୀ ହୋଇପଡିବା ପରି ମନ୍ତବ୍ୟ ରଖିଥିଲେ ବୋଲି କହିଛନ୍ତି ସତ୍ୟପାଲ ।

ହରିୟାଣାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ, ସତ୍ୟପାଲ ମଲ୍ଲିକ ବିଗତ ଦିନର ଏହି ଘଟଣାକୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କୃଷି ଆଇନ ନେଇ ସାରା ଦେଶରେ ଦେଖାଯାଇଥିବା ସ୍ଥିତି ଓ ଆନ୍ଦୋଳନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସେ ଜଣାଇଥିଲେ । ଏହି ଆନ୍ଦୋଳନରେ ପ୍ରାୟ ୫ ଶହ କୃଷକଙ୍କ ପ୍ରାଣହାନୀ ହୋଇଥିବା କହିବା ଯୋଗୁ, ସେମାନେ କଣ ତାଙ୍କ ପାଇଁ ପ୍ରାଣ ହରାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ।

ତେବେ ସେ ଦେଶର ପ୍ରଧାନମନ୍ତ୍ରୀ ଥିବାରୁ ଏଥିପାଇଁ ସେ ହିଁ ଦାୟୀ ହେବେ ବୋଲି କହିଥିଲେ ସତ୍ୟପାଲ । ଏହି ସମୟରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ନିଷ୍ପତ୍ତିକୁ ନେଇ କିଛି କ୍ଷଣ ପାଇଁ ତର୍କ ମଧ୍ୟ ହୋଇଥିଲା । ତେବେ ପରେ ଏହି ପ୍ରସଙ୍ଗରେ ତାଙ୍କୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିବା କହିଛନ୍ତି ସତ୍ୟପାଲ ମଲ୍ଲିକ ।

ତେବେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ, କୃଷି ଆଇନ ପ୍ରତ୍ୟାହାର ଓ ପରବର୍ତ୍ତୀ ଆହ୍ବାନ ଗୁଡିକରେ କେନ୍ଦ୍ର ସରକାର ସ୍ବଚ୍ଛତାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସେହିପରି ଚାଷୀଙ୍କ ଅନ୍ୟତମ ଦାବି MSP ନିଶ୍ଚିତ କରିବା ଦିଗରେ ମଧ୍ୟ ସରକାର ଚିନ୍ତା କରିବା ଆବଶ୍ୟକ । ଆନ୍ଦୋଳନ ଶେଷ ହୋଇଗଲା ଭାବି ଏହାକୁ ହାଲୁକାରେ ନେବା ଆଦୌ ଉଚିତ ନୁହେଁ । ବର୍ତ୍ତମାନ କୃଷକ ଆନ୍ଦୋଳନ କେବଳ ସ୍ଥଗିତ ରହିଛି । କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତିରେ ଖିଲାପ ଦେଖାଗଲେ ଏହି ଆନ୍ଦୋଳନ ପୁଣି ଥରେ ଆରମ୍ଭ ହୋଇପାରେ ବୋଲି କହିଛନ୍ତି ସତ୍ୟପାଲ ।

ତେବେ ବର୍ତ୍ତମାନ ମେଘାଳୟର ରାଜ୍ୟପାଳ ଥିବା ସତ୍ୟପାଲ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଓ ପରେ ଗୋଆର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିବା ସମୟରେ ମଧ୍ୟ କେନ୍ଦ୍ର ସରକାର ବିରୋଧରେ ଏକାଧିକ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ।

ତେବେ କେନ୍ଦ୍ର ବିରୋଧୀ ମନ୍ତବ୍ଯ ପାଇଁ ବିରୋଧୀ ମଧ୍ୟ ସତ୍ୟପାଲଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ତାଙ୍କୁ ପଦ ବଜାୟ ରଖିବା ନେଇ ଆହ୍ବାନ ସୃଷ୍ଟି କରିଥିବା ବେଳେ ସେ ସେଥିପ୍ରତି ଚିନ୍ତିତ ନୁହେଁ ବୋଲି ମଧ୍ୟ କହିଛନ୍ତି ସତ୍ୟପାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.