ETV Bharat / bharat

ଝାଡଖଣ୍ଡବାସୀଙ୍କୁ 16 ହଜାର କୋଟିର ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ

author img

By

Published : Jul 12, 2022, 2:12 PM IST

Updated : Jul 12, 2022, 2:23 PM IST

ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଅଧିକ ପଢନ୍ତୁ

ଆଜି ଝାଡଖଣ୍ଡ-ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ରାଞ୍ଚି: ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡ କରିଛନ୍ତି । ଝାଡଖଣ୍ଡ ଦେଓଘରରେ 16 ହଜାର କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ରାଞ୍ଚି ରେଳ ଷ୍ଟେସନ ପ୍ରକଳ୍ପ ଓ ଦେଓଘର AIIMSର ଉଦଘାଟନ କରିଛନ୍ତି । ସନ୍ଧ୍ୟାରେ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ବିହାରର ରାଜଧାନୀ ପାଟନାରେ ବିଧାନସଭା କମ୍ପ୍ଲେକ୍ସ ନିର୍ମାଣର ଶହେ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ ମୋଦି ଅଂଶଗ୍ରହଣ କରିବେ ।

ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ 400 କୋଟି ଖର୍ଚ୍ଚରେ ଦେଓଘର ବିମାନ ବନ୍ଦରର ଲୋକାର୍ପଣ କରିଛନ୍ତି ମୋଦି । ଏହାପରେ ଏକ ରୋଡ୍ ସୋ' ପରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ବାବା ବୈଦ୍ୟନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବେ ଓ ପୂଜା କରିବାର କାର୍ଯ୍ୟକ୍ରମ ରହିିଛି । ମୋଦିଙ୍କ ଗସ୍ତକୁ ନେଇ ଦେଓଘର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଝାଡଖଣ୍ଡକୁ ଭେଟି ଦେଇଥିବା ଏହି ନୂଆ ପ୍ରକଳ୍ପ ଭିତ୍ତିଭୂମି ବିକାଶକୁ ଦୁଇପାଦ ଆଗକୁ ନେବ । ଅଞ୍ଚଳରେ ସାମାଜିକ ଅର୍ଥନୀତି ସୁଧୁରିବ। ବାଣିଜ୍ୟ ଏବଂ ସଂଯୋଗକୁ ସୃଦୁଢ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଦେଓଘରରେ ବିମାନବନ୍ଦର ନେଇ 2010ରୁ ଦେଖିଥବା ସ୍ବପ୍ନ ସାକାର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି । ଆମ ସମସ୍ତଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।

ସନ୍ଧ୍ୟାରେ ଝାଡଖଣ୍ଡର ଦେଓଘରରୁ ବିହାରର ରାଜଧାନୀ ପାଟନା ଗସ୍ତ କରିବେ ନରେନ୍ଦ୍ର ମୋଦି । ବିହାରର ରାଜଧାନୀ ପାଟନାରେ ବିଧାନସଭା କମ୍ପ୍ଲେକ୍ସ ନିର୍ମାଣର ଶହେ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ ମୋଦି ଅଂଶଗ୍ରହଣ କରିବେ । ଦେଢ଼ ବର୍ଷରୁ ଅଧିକ ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ବିହାର ଯାଉଛନ୍ତି । ଅକ୍ଟୋବର-ନଭେମ୍ବର ୨୦୨୦ରେ ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିହାରକୁ ଏହା ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଓଘର ଓ ପାଟନା ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ସହରରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Last Updated : Jul 12, 2022, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.