ETV Bharat / bharat

PM Modi in Karnataka: ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ-ଓ୍ବେ କଲେ ଲୋକାର୍ପିତ

author img

By

Published : Mar 12, 2023, 5:41 PM IST

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ-ଓ୍ବେ କଲେ ଲୋକାର୍ପିତ । ନିର୍ମାଣରେ ଖର୍ଚ୍ଚ ହୋଇଛି 8,480 କୋଟି ଟଙ୍କା । ଅଧିକ ପଢନ୍ତୁ

8,480 କୋଟିର ଏକ୍ସପ୍ରେସ ଓ୍ବେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାରି ମଧ୍ୟରେ ବୈଙ୍ଗାଲୁରୁ- ମହୀଶୂର ଏକପ୍ରେସ ଓ୍ବେକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ମାଣ୍ଡ୍ୟା ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ ଓ୍ବେକୁ ଲୋକାର୍ପିତ କରିବା ସହ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ଏକ ରୋଡ ସୋ ମଧ୍ୟ କରିଥିଲେ । ରୋଡ ସୋ’ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ସାଧାରଣ ରାଜ୍ୟବାସୀ ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପ ବୃଷ୍ଟି କରିଥିଲେ ।

ମାଣ୍ଡ୍ୟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ

ନିକଟରେ ନିର୍ବାଚନ ହେବାକୁ ଥିବା ଏହି ବିଜେପି ଶାସିତ ଦକ୍ଷିଣ ରାଜ୍ୟକୁ ପ୍ରଧାନମନ୍ତ୍ରୀ ବାରମ୍ବାର ଗସ୍ତ କରୁଛନ୍ତି । ଆଜି କାର୍ଯ୍ୟକ୍ରମରେ ସେ 16 ହଜାର କୋଟିର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାରି ମଧ୍ୟରେ ରାଜଧାନୀ ବେଙ୍ଗାଲୁରୁକୁ କର୍ଣ୍ଣାଟକର ଦ୍ବିତୀୟ ବୃହତ୍ତମ ସହର ମହୀଶୂରକୁ ଯୋଡୁଥିବା ଏକ୍ସପ୍ରେସ-ଓ୍ବେର ଲୋକାର୍ପଣ ମଧ୍ୟ କରାଯାଇଛି । ଦୁଇ ପ୍ରମୁଖ ସହରକୁ ଯୋଡୁଥିବା ଏହି 118 କି.ମି 6 ଲେନ ବିଶିଷ୍ଟ ଏକ୍ସପ୍ରେସ-ଓ୍ବେର ନିର୍ମାଣରେ ମୋଟ 8,480 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏହାର ଲୋକାର୍ପଣ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହେବା ନେଇ ପୂର୍ବରୁ କେନ୍ଦ୍ର ସଡକ ଓ ରାଜମାର୍ଗ ମନ୍ତ୍ରଣାଳୟ ଟ୍ବିଟ୍‌ କରି ସୂଚନା ଦେଇଥିଲା । ଆଜି ଏହାର ଲୋକାର୍ପଣ କାର୍ଯ୍ୟକ୍ରମରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଏକ୍ସପ୍ରେସ ଓ୍ବେ ପ୍ରଗତିରସ ନୂଆ ଚିହ୍ନ ସୃଷ୍ଟି କରିବ । ଦୁଇ ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନକୁ ବଳ ଯୋଗାଇବ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବାଶବରାଜ ବୋମ୍ମାଇ, କର୍ଣ୍ଣାଟକ ସରକାରଙ୍କ ଅନ୍ୟ କିଛି ମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତା ମଧ୍ୟ ଉପସ୍ଥିତ ଥିଲେ ।

କର୍ଣ୍ଣାଟକ ବ୍ୟତୀତ ଦକ୍ଷିଣ ଭାରତର ଅନ୍ୟ ସମସ୍ତ ରାଜ୍ୟରେ ଭାରତୀୟ ଜନତା ପାର୍ଟି କିମ୍ବା କଂଗ୍ରେସ ପରି ଜାତୀୟ ଦଳ ନିଜର ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇପାରି ନାହାନ୍ତି । ଅନ୍ୟ ସମସ୍ତ ଦକ୍ଷିଣ ରାଜ୍ୟରେ କ୍ଷେତ୍ରିୟ ରାଜନୈତିକ ଦଳଗୁଡିକର ଅଖଣ୍ଡ ପ୍ରଭାବ ରହିଥିବା ବେଳେ ଦାକ୍ଷିଣାତ୍ୟର ଏହି ବୃହତ ରାଜ୍ୟ କର୍ଣ୍ଣାଟକରେ ଏବେ ବିଜେପି ଶାସନ ରହିଛି । ପୂର୍ବରୁ କଂଗ୍ରେସ ସରକାର ଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି କ୍ଷମତାରେ ରହିଛି ।

ଚଳିତ ନିର୍ବାଚନରେ ମଧ୍ୟ ଦଳ କ୍ଷମତା ବଜାୟ ରଖିବାକୁ ପ୍ରୟାସ କରୁଛି । ସେହିପରି ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ମଧ୍ୟ ବିଜେପିକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି । ଏହାରି ମଧ୍ୟରେ ନିର୍ବାଚନ ପାଖଉଥିବା ବେଳେ ଶାସନରେ ଥିବା ବିଜେପି ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କର୍ଣ୍ଣାଟକ ଗସ୍ତ କରିବାରେ ଲାଗିଛନ୍ତି । ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରୁଛନ୍ତି । ଆଜି ସେହିକ୍ରମରେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ-ଓ୍ବେ ମଧ୍ୟ ଲୋକାର୍ପିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.