ETV Bharat / bharat

ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ - ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି

ଇଣ୍ଡିଆ ଗେଟରେ ଉନ୍ମୋଚିତ ହେଲା ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି । ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପରବର୍ତ୍ତୀ ପିଢି ସାମ୍ନରେ ଉଦଜୀବିତ କରିବ ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି । ଅଧିକ ପଢନ୍ତୁ

ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

author img

By

Published : Jan 23, 2022, 7:53 PM IST

ନୂଆଦିଲ୍ଲୀ: ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଇଣ୍ଡିଆ ଗେଟରେ ଉନ୍ମୋଚିତ ହେଲା ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି । ଆଜି ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚିତ କରିଛନ୍ତି । ଗ୍ରାନାଇଟରେ ନିର୍ମିତ ହେବାକୁ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିିର ନିର୍ମାଣ କାର୍ଯ୍ୟ ଶେଷ ହେବା ଯାଏ ଇଣ୍ଡିଆ ଗେଟରେ ଏହି ହୋଲୋଗ୍ରାମ ପ୍ରତିମୂର୍ତ୍ତି ସ୍ଥାନିତ ହୋଇ ରହିବ ।

ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ନେତାଜୀଙ୍କ ମହାନ ପ୍ରତିମୂର୍ତ୍ତି ଭବିଷ୍ୟତ ପିଢିକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରେରଣା ଯୋଗାଇବ । ପ୍ରବଳ ପରାକ୍ରମୀ ବ୍ରିଟିଶର ମଧ୍ୟ ନେତାଜୀଙ୍କୁ ରୋକିବାରେ ସଫଳ ହୋଇପାରି ନଥିଲେ । ନେତାଜୀଙ୍କ ପରାକ୍ରମ ଇଂରେଜମାନଙ୍କୁ ମଧ୍ୟ ଭୟଭୀତ କରିଥିଲା । ନେତାଜୀଙ୍କ ସେହି ଅବଦାନ ଅଦମ୍ୟ ସାହସ ପ୍ରତ୍ୟେକ ଭାରତୀୟ ପିଢିକୁ ଅନୁପ୍ରାଣିତ କରିବ ।

ଆଜି ଉନ୍ମୋଚିତ ହୋଇଥିବା ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ 30,000 ଲ୍ୟୁମେନ 4K ପ୍ରୋଜେକ୍ଟର ଦ୍ୱାରା ଚାଳିତ କରାଯିବ । ଏକ ହୋଲଗ୍ରାମର 3D ପ୍ରତିଛବି ଏହା ଉପରେ ପ୍ରୋଜେକ୍ଟ ହେବ । ଯାହାର ଆକାର 28 ଫୁଟ ଉଚ୍ଚତା ଏବଂ 6 ଫୁଟ ପ୍ରସ୍ଥ ରହିଛି । କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀକୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ମଧ୍ୟ ଅନେକ ପଦକ୍ଷେପ ନେଇଛନ୍ତି । ଚଳିତ ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ଜାନୁଆରୀ 23 ରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ହେବା ନେଇ ମଧ୍ୟ ସ୍ଥିର କରିଛନ୍ତି କେନ୍ଦ୍ର ସରକାର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.