ETV Bharat / bharat

ପାଦ ଛୁଇଁବାରୁ ରୋକିଲେ, ନିଜେ ଦିବ୍ୟାଙ୍ଗ ମହିଳାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ

author img

By

Published : Dec 14, 2021, 8:07 PM IST

ଦିବ୍ୟାଙ୍ଗ ମହିଳାଙ୍କୁ ପାଦ ଛୁଇଁବାରୁ ରୋକି ନିଜେ ମହିଳାଙ୍କ ପାଦ ସ୍ପର୍ଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୁସି ବ୍ୟକ୍ତ କରି ମହିଳା କହିଲେ ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗଙ୍କ ପ୍ରତି ଖୁବ ଯତ୍ନଶୀଳ । ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ମହିଳାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: କାଶୀ ବିଶ୍ବନାଥ ଧାମ କରିଡର ଉଦଘାଟନ ପାଇଁ ଉତ୍ତର ପ୍ରଦେଶ ଗସ୍ତରେ ଥିବା ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସମ୍ବେଦନଶୀଳ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଜଣେ ଭିନ୍ନକ୍ଷମ ମହିଳା ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବା ପାଇଁ ଉଦ୍ୟତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଉକ୍ତ ମହିଳାଙ୍କୁ ରୋକିବା ସହ ନିଜେ ତାଙ୍କ ପାଦ ସ୍ପର୍ଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପରେ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସମ୍ପୃକ୍ତ ଭିନ୍ନକ୍ଷମ ମହିଳାଙ୍କ ସହ ଆଲୋଚନା କରିବା ସହ ତାଙ୍କ ସମସ୍ୟାର ସମାଧାନ କରିବା ନେଇ ଆଶ୍ବସନା ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ ଭିନ୍ନକ୍ଷମ ମହିଳାଙ୍କ ନାମ ଶିଖା ଓ ସେ ବାରଣାସୀର ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀଙ୍କ ଠାରୁ ଏପରି ସମ୍ମାନ ପାଇବା ପରେ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ଶିଖା ବେସ ଉତ୍ସାହିତ ଥିବା ନଜର ଆସିଥିଲେ । ଶିଖା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବ୍ୟାଙ୍ଗ ଉନ୍ନତି ପ୍ରତି ବେସ ଯତ୍ନଶୀଳ । ସେ ତାଙ୍କ ସହ ଆଲୋଚନା କରିବା ସହ ତାଙ୍କ ପାଇଁ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ସେହିପରି ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଅଚାନକ ବାରଣାସୀ ରେଳ ଷ୍ଟେସନ ଗସ୍ତ କରିବା ସହ ସେଠାରେ ନିର୍ମାଣାଧୀନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୟରେ, ସେ ସେଠାରେ ଉପସ୍ଥିତ ଥିବା ଏକ ଶିଶୁ ସହ ମଧ୍ୟ ପ୍ରଧାନମନ୍ତ୍ରୀ କୌତୁକ କରୁଥିବା ଦେଖିବାକୁ ମିଳିଥିଲା । ଯାହା ସେଠାରେ ଉପସ୍ଥିତ ଥିବା ଜନତାଙ୍କୁ ବେସ ଆଶ୍ଚର୍ଯ୍ୟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.