ETV Bharat / bharat

Modi To Visit Varanasi: ଆଜି ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

author img

By

Published : Jul 6, 2022, 10:44 PM IST

Updated : Jul 7, 2022, 8:31 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (୭ ଜୁଲାଇ)ରେ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ । ଅପରାହ୍ନ ୨ ଟାରେ ପ୍ରଧାନମନ୍ତ୍ରୀ ବାରଣାସୀର ଏଲଟି କଲେଜରେ ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ରୋଷେଇର ଉଦଘାଟନ କରିବେ । ଅଧିକ ପଢନ୍ତୁ

Modi to visit Varanasi
MoModi to visit Varanasidi to visit Varanasi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି(୭ ଜୁଲାଇ) ରେ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ(Varanasi) ଗସ୍ତ କରିବେ । ଅପରାହ୍ନ ୨ ଟାରେ ପ୍ରଧାନମନ୍ତ୍ରୀ ବାରଣାସୀର ଏଲଟି କଲେଜରେ ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ରୋଷେଇ(Akshay Patra Mid Day Meal Kitchen)ର ଉଦଘାଟନ କରିବେ । ଯେଉଁଥିରେ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେବାର କ୍ଷମତା ରହିଛି । ଅପରାହ୍ନ ପ୍ରାୟ ୨.୪୫ରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର-ରୁଦ୍ରାକ୍ଷ ପରିଦର୍ଶନ କରିବେ । ଯେଉଁଠାରେ ସେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ ଅଖିଳ ଭାରତୀୟ ଶିକ୍ଷା ସମାଗାମର ଉଦଘାଟନ କରିବେ ।

ଏହା ପରେ ଅପରାହ୍ନ ପ୍ରାୟ ୪ ଟାରେ ପ୍ରଧାନମନ୍ତ୍ରୀ ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମ (Dr. Sampurnanand Sports Stadium) ଯାଇ ୧୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ ।

ଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରଣାସୀରେ ଭିତ୍ତିଭୂମି ବିକାଶ ଉପରେ ଏକାଧିକ ପ୍ରକଳ୍ପର ଆରମ୍ଭ କରିଛନ୍ତି । ଏହାଦ୍ୱାରା ସହରର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆସିଛି । ଏହା ସହ ସାଧାରଣ ଲୋକଙ୍କ ସହଜ ଜୀବନ ଯାତ୍ରା ସୁଗମ ହୋଇଛି । ଏହି ଅବସରରେ ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୫୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରିବେ । ଉଦଘାଟିତ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ବାରଣାସୀ ସ୍ମାର୍ଟ ସିଟି ଏବଂ ସହରାଞ୍ଚଳ ପ୍ରକଳ୍ପ ଅଧୀନରେ ଏକାଧିକ ପ୍ରକଳ୍ପ ରହିଛି ।

ପ୍ରଥମ ପର୍ଯ୍ୟାୟରେ ନମୋ ଘାଟର ପୁନଃ ବିକାଶ ସହିତ ଗାଧୋଇବା ଜେଟି ର୍ନିମାଣ, ୫୦୦ଟି ଡଙ୍ଗାର ଡିଜେଲ ଏବଂ ପେଟ୍ରୋଲ ଇଞ୍ଜିନକୁ ସିଏନଜିରେ ରୂପାନ୍ତରଣ, ପୁରୁଣା କାଶୀର କାମେଶ୍ୱର ମହାଦେବ ୱାର୍ଡର ପୁନଃ ବିକାଶ ଏବଂ ଦଶପୁରର ହରହୁଆ ଗ୍ରାମରେ ର୍ନିମିତ ୬୦୦ ରୁ ଅଧିକ ଇଡବ୍ଲ୍ୟୁଏସ ଫ୍ଲାଟ, ଲହରତାରା-ଚୌକା ଘାଟ ଫ୍ଲାଏଓଭର ଅଧୀନରେ ପ୍ରସ୍ତୁତ ନୂତନ ଭେଣ୍ଡିଂ ଜୋନ ଏବଂ ସହରାଞ୍ଚଳ ସ୍ଥାନ, ଦଶାଶ୍ୱମେଧ ଘାଟରେ ପର୍ଯ୍ୟଟନ ସୁବିଧା ଏବଂ ମାର୍କେଟ କମ୍ପେଲକ୍ସ, ଏବଂ ଆଇପିଡିଏସ କାର୍ଯ୍ୟ ତୃତୀୟ ପର୍ଯ୍ୟାୟ ଅଧୀନରେ ନାଗୱା ଠାରେ ୩୩/୧୧ କେଭି ସବଷ୍ଟେସନ ଆଦି ରହିଛି ।

ଏତତ ବ୍ୟତୀତ ପ୍ରଧାନମନ୍ତ୍ରୀ ଜିଲ୍ଲାର ଜଳ ନିଷ୍କାସନ ଏବଂ ଜଳ ଯୋଗାଣର ଉନ୍ନତି ସହ ଜଡିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଏଥିରେ ଟ୍ରେଞ୍ଚଞ୍ଚଲେସ ଜ୍ଞାନକୌଶଳ ମାଧ୍ୟମରେ ବାରାଣାସୀ ସହରର ପୁରୁଣା ସ୍ୱେରେଜ ଲାଇନର ପୁନରୁଦ୍ଧାର ଅନ୍ତର୍ଭୁକ୍ତ ରହିଛି । ସେହିପରି ସ୍ୱେରେଜ ଲାଇନ ସ୍ଥାପନ, ଟ୍ରାନ୍ସ ଭାରୁନା ଅଞ୍ଚଳରେ ୨୫୦୦୦ ରୁ ଅଧିକ ସ୍ୱରେଜ ସଂଯୋଗ, ସହରର ସିସ ଭାରୁନା ଅଞ୍ଚଳରେ ଲିକେଜ ମରାମତି କାର୍ଯ୍ୟ, ତାତେପୁର ଗ୍ରାମରେ ଗ୍ରାମୀଣ ପାନୀୟ ଜଳ ଯୋଜନା ରହିଛି । ଏହାବାଦ ସାମାଜିକ ତଥା ଶିକ୍ଷା କ୍ଷେତ୍ର ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକ ମଧ୍ୟରେ ମହଗାଓଁ ଗ୍ରାମରେ ଥିବା ଆଇଟିଆଇ, ବିଏଚୟୁରେ ବେଦିକ ବିଜ୍ଞାନ କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ, ରାମନଗରରେ ସରକାରୀ ବାଳିକା ଘର, ଦୁର୍ଗାକୁଣ୍ଡରେ ଥିବା ସରକାରୀ ମହିଳା ବୃଦ୍ଧାଶ୍ରମ ଘର ଇଲାକରେ ଥମ ପାର୍କ ଆଦି ରହିଛି ।

ସେହିଭଳି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର-ରୁଦ୍ରାକ୍ଷ ଠାରେ ଅଖିଳ ଭାରତୀୟ ଶିକ୍ଷା ସାମାଗାମର ଉଦଘାଟନ କରିବେ । ୭ ରୁ ୯ ଜୁଲାଇ ପର୍ଯ୍ୟନ୍ତ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଶିକ୍ଷା ସମାଗମ ଆୟୋଜିତ ହେଉଛି । ବିଶିଷ୍ଟ ଶିକ୍ଷାବିତ, ନୀତି ର୍ନିମାତା ଏବଂ ଏକାଡେମିକ ମୁଖ୍ୟମାନଙ୍କୁ ସେମାନଙ୍କ ଅଭିଜ୍ଞତା ବାଣ୍ଚିବା ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ରୋଡ ମ୍ୟାପ ବିଷୟରେ ଆଲୋଚନା କରିବା ପାଇଁ ଏହା ଏକ ପ୍ଲାଟଫର୍ମ ଯୋଗାଇବ । ଏହି କାର୍ଯ୍ୟକ୍ରମ ଦକ୍ଷତା ବିକାଶର ଏକ ଅଂଶ ଭାବେ ୩୦୦ରୁ ଅଧିକ ଶିକ୍ଷାନୁଷ୍ଠାନ, କେନ୍ଦ୍ର, ରାଜ୍ୟ, ଡିମଡ ଏବଂ ଘରୋଇ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଏବଂ ଅନୁଷ୍ଠାନ ମୁଖ୍ୟ, ଜାତୀୟ ଗୁରତ୍ୱ ବହନ କରୁଥିବା ସଂସ୍ଥା (ଆଇଆଇଟି, ଆଇଆଇଏମ, ଏନଆଇଟି, ଆଇଆଇଏସଇଆର) କୁ ନେଇ ଆୟୋଜିତ ହେବ । ବିଭିନ୍ନ ହିତାଧିକାରୀମାନେ ନିଜ ନିଜ ଅନୁଷ୍ଠାନରେ ଏନଇପିର କାର୍ଯ୍ୟକାରିତା ଅଗ୍ରଗତି ଉପସ୍ଥାପନ କରିବେ ।

Last Updated : Jul 7, 2022, 8:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.