ETV Bharat / bharat

ଦେବଭୂମି ଗସ୍ତରେ ମୋଦି, ୩୫ଟି PSA ଅକ୍ସିଜେନ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ କରିବେ ସମର୍ପିତ - ଅକ୍ସିଜେନ ପ୍ଲାଣ୍ଟ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବଭୂମି ଉତ୍ତରାଖଣ୍ତ ଗସ୍ତ କରିବେ । ସେଠାରେ ସେ ୩୫ଟି PSA ଅକ୍ସିଜେନ ପ୍ଲାଣ୍ଟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ। ଅଧିକ ପଢନ୍ତୁ...

ଆଜି ୩୫ଟି PSA ଅକ୍ସିଜେନ ପ୍ଲାଣ୍ଟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ ମୋଦି

author img

By

Published : Oct 7, 2021, 6:47 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବଭୂମି ଉତ୍ତରାଖଣ୍ତ ଗସ୍ତ କରିବେ । ସେଠାରେ ସେ ୩୫ଟି PSA ଅକ୍ସିଜେନ ପ୍ଲାଣ୍ଟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ଏନେଇ ସେ ଏକ ଟ୍ବିଟ ମଧ୍ୟ କରିଛନ୍ତି । ଅକ୍ଟୋବର ୭ରେ ଦେବଭୂମି ଉତ୍ତରାଖଣ୍ତକୁ ସେ ଗସ୍ତ କରିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୩୫ଟି PSA ଅମ୍ଳଜାନ ପ୍ଲାଣ୍ଟ ଉତ୍ସର୍ଗୀକୃତ କରିବେ । ଏ ଅମ୍ଲଜାନ ପ୍ଲାଣ୍ଟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଯୋଗାଇବାରେ ସହାୟକ ହେବ । ଯାହା ଦେଶରେ ଅମ୍ଲଜାନର ଅଭାବକୁ ମଧ୍ୟ ଦୂର କରିବା ସହ ଲୋକଙ୍କ ସେବାରେ ଲାଗିବ । ଏ ଅମ୍ଲଜାନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସମସ୍ତ ଖର୍ଚ୍ଚ ପିଏମ କେୟାର ଫଣ୍ତରୁ କରାଯିବ ।

ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଋଷିକେଶରେ ଦିନ 11ଟା ସମୟରେ ଅନୁଷ୍ଠିତ ହେବ । ଏ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ତ ରାଜ୍ୟପାଳ ଗୁରମିତ ସିଂ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ତଭିୟା ମଧ୍ୟ ଉପସ୍ଥିତ ରହିବେ । ଏହି 35 PSA ଅମ୍ଳଜାନ ପ୍ଲାଣ୍ଟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ସ୍ଥାପନା ହେବ ।

ତେବେ, ଏପର୍ଯ୍ୟନ୍ତ ଦେଶରେ 1,224 PSA ଅମ୍ଳଜାନ ପ୍ଲାଣ୍ଟ ପିଏମ କେୟାର ଅଧିନରେ ନିର୍ମାଣ ହୋଇଛି । ସେଥିମଧ୍ୟରୁ 1,100ଟି କାର୍ଯ୍ୟକ୍ଷମ କରୁଛି । ଯେଇଁଥିରୁ ପ୍ରତିଦିନ 1,750 ମେଟ୍ରିକ ଟନ ଅକ୍ସିଜେନ ବାହାରୁଛି । 7,000 ଲୋକଙ୍କୁ ଟ୍ରେନିଂ ଦିଆଯାଇ ଏ ଟ୍ରେନିଂ ଦିଆଯାଇ ପ୍ଲାଣ୍ଟ ଗୁଡିକରେ ରକ୍ଷାଣାବେକ୍ଷଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.