ETV Bharat / bharat

BRICS Summit: ଆଜି ଦଣିକ୍ଷ ଆଫ୍ରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ

ଗ୍ରୀସ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗ୍ରୀସ ରାଷ୍ଟ୍ର ଅଧ୍ୟକ୍ଷ ନିମନ୍ତ୍ରଣ କରିଥିଲେ । ତାଙ୍କ ନିମନ୍ତ୍ରଣକୁ ସ୍ବୀକାର କରି ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତ କରିଛନ୍ତି । ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ ହେବ । 25 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗ୍ରୀସ ରାଜକୀୟ ସମ୍ମାନରେ ସମ୍ମାନିତ କରିବ । ଅଧିକ ପଢନ୍ତୁ

BRICS Summit: ମଙ୍ଗଳବାର ଠାରୁ ଦଣିକ୍ଷ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

author img

By

Published : Aug 21, 2023, 10:54 PM IST

Updated : Aug 22, 2023, 8:19 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର)ଠାରୁ 25 ଅଗଷ୍ଟ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ କରିଛନ୍ତି । ଗସ୍ତ ଅବସରରେ ମୋଦି 22ରୁ 24 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେଉଥିବା 15 ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ । ଏହା ପରେ ଗ୍ରୀସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଗସ୍ତ କରିଛନ୍ତି । ମଙ୍ଗଳବାର ସଂଧ୍ୟା 5.15 ରେ ପ୍ରଧାନମନ୍ତ୍ରୀ ଜୋହାନ୍ସବର୍ଗରେ ପହଞ୍ଚିବେ ।

  • #WATCH | Delhi: Prime Minister Narendra Modi departs for Johannesburg, South Africa.

    He is visiting South Africa from 22-24 August at the invitation of President Cyril Ramaphosa to attend the 15th BRICS Summit being held in Johannesburg under the South African Chairmanship. pic.twitter.com/hRy220autL

    — ANI (@ANI) August 22, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି 23 ଅଗଷ୍ଟରେ 15 ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀ ଦୁଇଟି ଅଧିବେଶନରେ ଚାଲିବ । ଉଭୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ । ଏତଦ ବ୍ୟତୀତ କିଛି ବ୍ରିକ୍ସ ରାଷ୍ଟ୍ର ଅଧ୍ୟକ୍ଷଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ । 24 ତାରିଖରେ ବ୍ରିକ୍ସ ଆଫ୍ରିକା ଆଉଟରିଚ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ ପ୍ରବାସୀ ଭାରତୀୟଙ୍କୁ ସାକ୍ଷାତ କରିବେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀ ଗ୍ରୀସ୍‌ ଅଭିମୁଖେ ଯାତ୍ରା କରିବେ ।

ଏହାବି ପଢନ୍ତୁ- 15th BRICS Summit: ଅଗଷ୍ଟ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ ହେବ ବ୍ରିକ୍ସ ସମ୍ମିଳନୀ

ଗ୍ରୀସ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗ୍ରୀସ ରାଷ୍ଟ୍ର ଅଧ୍ୟକ୍ଷ ନିମନ୍ତ୍ରଣ କରିଥିଲେ । ତାଙ୍କ ନିମନ୍ତ୍ରଣକୁ ସ୍ବୀକାର କରି ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତରେ ଯାଉଛନ୍ତି । ଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ ହେବ । 25 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗ୍ରୀସ ରାଜକୀୟ ସମ୍ମାନରେ ସମ୍ମାନିତ କରିବ । ଏହା ପରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକ ବୈଠକ ସହ ଏକାଧିକ ବୁଝାମଣା କରିପାରନ୍ତି । ପରେ ପ୍ରଧାନମନ୍ତ୍ରୀ ଗ୍ରୀସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ସ୍ବଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ସୂଚନାଯୋଗ୍ୟଯେ ଯୁରୋପିଅ ରାଷ୍ଟ୍ର ଭାବେ ଗ୍ରୀସ ଭାରତର ଏକ ବିଶ୍ବାସ ଭାଜନ ପାର୍ଟନର ରହିଆସିଛି । ଜାତିସଂଘ ସ୍ଥାୟୀ ସୁରକ୍ଷା ପରିଷଦରେ ଭାରତକୁ ସର୍ବଦା ସମର୍ଥନ କରିଆସିଛି ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହେଉଥିବା 15ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସାମିଲ ହେବାକୁ ଜୋହାନ୍ସବର୍ଗ ଯାଉଛନ୍ତି । ଋଷ ରାଷ୍ଟ୍ରପତି ପୁତିନ ସମ୍ମିଳନୀରେ ଭର୍ଚୁଆଲ ଯୋଗେ ସାମିଲ ହେବେ । ତାଙ୍କ ପକ୍ଷରୁ ଋଷିଆ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ପ୍ରତ୍ୟେକ୍ଷ ଭାବେ ସାମିଲ ହେବେ ।

ବର୍ତ୍ତମାନ ବ୍ରିକ୍ସରେ ଭାରତ ସମେତ, ଚୀନ, ବ୍ରାଜିଲ, ଋଷ, ଚୀନ, ଦକ୍ଷିଣ ଆଫ୍ରିକା, ରହିଛନ୍ତି । ବ୍ରିକ୍ସର ଗଠନ ଆନୁଷ୍ଠାନିକ ଭାବେ 2009 ମସିହାରେ ଗଠନ ହୋଇଥିଲା । କିନ୍ତୁ 2010 ରେ ଏହି ସଂଗଠନରେ ଦକ୍ଷିଣ ଆଫ୍ରିକା ସାମିଲ ହେବା ପରେ ଏହାର ନାମ ବିଦ୍ଧିବଧ ଭାବେ ବ୍ରିକ୍ସ ରଖାଯାଇଥିଲା । ବର୍ତ୍ତମାନ ଏହି ସଂଗଠନରେ 30 ରୁ ଅଧିକ ରାଷ୍ଟ୍ର ସାମିଲ ହେବାକୁ ଚାହୁଁଛନ୍ତି ।

ବର୍ତ୍ତମାନ ବ୍ରିକ୍ସ ସଂଗଠନ ଦେଶର ମୋଟ ଜନସଂଖ୍ୟା ଦୁନିଆର 42 ପ୍ରତିଶତ। ବ୍ରିକ୍ସ ସଂଗଠନ ରାଷ୍ଟ୍ରଗୁଡ଼ିକ ଦୁନିଆର 30 ପ୍ରତିଶତ କ୍ଷେତ୍ରଫଳ ଉପରେ ଅଧିକାର ରଖିଛନ୍ତି । ଏହାସହ ବ୍ରିକ୍ସ ସଂଗଠନ ରାଷ୍ଟ୍ର ପାଖରେ ମୋଟ ଜିଡିପିର 23 ପ୍ରତିଶତ ରହିଛି ।

Last Updated : Aug 22, 2023, 8:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.