ETV Bharat / bharat

24ରେ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ ! - ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତ

24ରେ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ ! ବିଜେପି ପକ୍ଷରୁ ମିଳିଛି ସୂଚନା । ସରକାରୀ ଭାବେ କରାଯାଇନି ସ୍ପଷ୍ଟ । ଧାରା 370 ଉଚ୍ଛେଦ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ । ଅଧିକ ପଢନ୍ତୁ

24 ତାରିଖରେ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ !
24 ତାରିଖରେ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ !
author img

By

Published : Apr 5, 2022, 7:37 PM IST

ନୂୂଆଦିଲ୍ଲୀ: ଚଳିତ ମାସ 24 ତାରିଖରେ ଜମ୍ମୁ କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାରା 370 ଉଚ୍ଛେଦ ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ ହେବାକୁ ଯାଉଛି । ଏନେଇ ସରକାରୀ ଭାବେ ପ୍ରକାଶ କରାଯାଇ ନଥିବା ବେଳେ ବିଜେପି ସୂତ୍ରରୁ ସୂଚନା ମିଳିଛି । ବିଜେପି ସାଧାରଣ ସମ୍ପାଦକ ଅଶୋକ କୌଲ ଏନେଇ ସୂଚନା ଦେଇଛନ୍ତି ।

କାଶ୍ମୀର ପଣ୍ଡିତଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବୋଧିତ କରିବା ଅବସରରେ କୌଲ କହିଛନ୍ତି, 24 ତାରିଖରେ ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀର ଗସ୍ତରେ ଆସିବେ । ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସମ୍ବୋଧିତ ମଧ୍ୟ କରିବେ । ଏପ୍ରିଲ 24 ତାରିଖରେ ଜାତୀୟ ପଞ୍ଚାୟତ ରାଜ ଦିବସରେ କାଶ୍ମୀରର ସାମ୍ବାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ।

ଏହିି ଅବସରର ପ୍ରଧାନମନ୍ତ୍ରୀଙ୍କ ସହ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟର ପ୍ରତିନିଧି ମଣ୍ଡଳୀକୁ ସିଧା ସମ୍ବାଦ କରିବା ସହ ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିବାର ଅବସର ମିଳିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଧାରା 370 ଉଚ୍ଛେଦ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକାଧିକ ଥର କାଶ୍ମୀର ଗସ୍ତ କରିସାରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.