ETV Bharat / bharat

ସମ୍ପୂର୍ଣ୍ଣ ଟୀକାକରଣ ଲକ୍ଷ୍ୟ, ବୁଧବାର ଜିଲ୍ଲାପାଳଙ୍କ ସହ ମୋଦିଙ୍କ ଆଲୋଚନା

author img

By

Published : Nov 2, 2021, 11:47 AM IST

ଟୀକାକରଣ ଅଭାବ ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ଦିନ ୧୨ ରେ ବସିବ ବୈଠକ । ଅଧିକ ପଢନ୍ତୁ...

PM Modi to review COVID-19 vaccination in districts with low coverage tomorrow
ସମ୍ପୂର୍ଣ୍ଣ ଟୀକାକରଣ ଲକ୍ଷ୍ୟରେ ସରକାର, ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଘାରିଛି ସମ୍ପୂର୍ଣ୍ଣ ଟୀକାକରଣ ଚିନ୍ତା । ୫ ଦିନିଆ ଇଟାଲୀ ଗସ୍ତରୁ ଫେରୁ ଫେରୁ ଦେଶରେ ଟୀକାକରଣ ନେଇ ଏକ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି(ବୁଧବାର) ଦିନ ୧୨ ରେ ଭର୍ଚୁଆଲି ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

ଦେଶର ଯେଉଁ ଜିଲ୍ଲାଗୁଡିକରେ କୋଭିଡ-୧୯ ଭ୍ୟାକ୍ସିନ ୫୦ ପ୍ରତିଶତରୁ କମ୍ ଅଛି କିମ୍ବା ଦ୍ବିତୀୟ ଡୋଜ ଟୀକାରରଣ ହାର କମ୍ ଅଛି ସେହି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥାହେବେ ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷର ସୂଚନା ଅନୁଯାୟୀ ଆସ୍ତାକାଲି ଦିନ ୧୨ ରେ ମୋଦି ୪୦ ରାଜ୍ୟର ଜିଲ୍ଲାପାଳଙ୍କ ସହ ଟୀକାକରଣ ନେଇ କଥାହେବେ ।

ସେଗୁଡିକ ମଧ୍ୟରୁ ଝାଡଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟାନ୍ୟ କେତେକ ରାଜ୍ୟର ଜିଲ୍ଲା ରହିଛି । ଏହି ଆଲୋଚନାରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୬ କୋଟି ୮୮ ଲକ୍ଷ ଟୀକାକରଣ ସରିଲାଣି । ସମ୍ପୂର୍ଣ୍ଣ ଟୀକାକରଣ ଲକ୍ଷରେ ଅଛନ୍ତି ଭାରତ ସରକାର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.