ETV Bharat / bharat

ନୂଆବର୍ଷରେ ମିଳିବ PM-KISAN ଦଶମ କିସ୍ତି

ଆଜି 10 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ଦଶମ କିସ୍ତି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଜି ମିଳିବ PM-KISAN 10ମ କିସ୍ତି
ଆଜି ମିଳିବ PM-KISAN 10ମ କିସ୍ତି
author img

By

Published : Jan 1, 2022, 6:43 AM IST

ନୂଆଦିଲ୍ଲୀ: ଆଜି ରିଲିଜ ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ଦଶମ କିସ୍ତି । ଏନେଇ ଆଜି ଦିନ ୧୨ଟା ୩୦ମିନିଟରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

PMO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦଶମ କିସ୍ତିରେ 20,000 କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ । 10 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ଏହି ରାଶି ସ୍ଥାନାନ୍ତର କରିବାରେ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

PM-KISAN ଯୋଜନା ଅନୁଯାୟୀ, ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ 6000 ଟଙ୍କା ଆର୍ଥିକ ଲାଭ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ପ୍ରତ୍ୟେକଟି କିସ୍ତି 4-ମାସର ବ୍ୟବଧାନରେ 2,000 ଟଙ୍କା ପ୍ରଦାନ କରାଯାଇଥାଏ । ଏହି ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ । ଏହି ଯୋଜନାରେ 1.6 ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ଆର୍ଥିକ ରାଶି ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ବ୍ଯାଙ୍କ ଖାତାକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର ସରକାର । ଏଥି ସହ କୃଷକ ଉତ୍ପାଦ ସଂଗଠନସହ ଯୋଗଯୋଗ କରିବା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହାପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.