ETV Bharat / bharat

ନୂଆବର୍ଷରେ ମିଳିବ PM-KISAN 10ମ କିସ୍ତି

author img

By

Published : Dec 29, 2021, 9:30 PM IST

ଜାନୁଆରୀ ପହିଲାରୁ ମିଳିବ ପିଏମ-କିଷାନର ୧୦ମ କିସ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଜାନୁଆରୀ ପହିଲାରୁ ମିଳିବ ପିଏମ-କିଷାନର ୧୦ମ କିସ୍ତି

ନୂଆଦିଲ୍ଲୀ: ଜାନୁଆରୀ ପହିଲାରେ ରିଲିଜ ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ୧୦ମ କିସ୍ତି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ପକ୍ଷରୁ ଆଜି (ବୁଧବାର) ସୂଚନା ମିଳିଛି ।

PMO ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ, ଏହି ୧୦ମ କିସ୍ତିରେ 20,000 କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ । 10 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ଏହି ରାଶି ସ୍ଥାନାନ୍ତର କରିବାରେ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

PM-KISAN ଯୋଜନା ଅନୁଯାୟୀ, ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ 6000 ଟଙ୍କା ଆର୍ଥିକ ଲାଭ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ପ୍ରତ୍ୟେକଟି କିସ୍ତି 4-ମାସର ବ୍ୟବଧାନରେ 2,000 ଟଙ୍କା ପ୍ରଦାନ କରାଯାଇଥାଏ । ଏହି ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ । ଏହି ଯୋଜନାରେ 1.6 ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ଆର୍ଥିକ ରାଶି ବର୍ତ୍ତମାନ ପର୍ଯ୍ୟନ୍ତ କୃଷକ ବ୍ଯାଙ୍କ ଖାତାକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର ସରକାର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.