ETV Bharat / bharat

Parakram Diwas: ପରମବୀର ବିଜେତାଙ୍କ ନାମରେ ନାମିତ ହେଲା 21 ଦ୍ବୀପ

ପରାକ୍ରମ ଦିବସ ଅବସରରେ ଆଜି 21ଟି ବଡ଼ ଦ୍ବୀପର ନାମକରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

author img

By

Published : Jan 23, 2023, 10:38 AM IST

Updated : Jan 23, 2023, 1:53 PM IST

Parakram Diwas
Parakram Diwas

ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର 21ଟି ବଡ଼ ଦ୍ବୀପର ନାମକରଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି (ସୋମବାର) ଭିଡ଼ିଓ କନଫରେନ୍ସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ନାମକରଣ କରିଛନ୍ତି । ପରମବୀର ସମ୍ମାନ ପ୍ରାପ୍ତ ବୀରଙ୍କ ନାମରେ ଏହି ଦ୍ବୀପ ଗୁଡିକର ନାମକରଣ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପରେ ନେତାଜୀଙ୍କ ପାଇଁ ଉତ୍ସର୍ଗୀକୃତ ଜାତୀୟ ସ୍ମାରକୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

  • सभी 21 परमवीर...सबके लिए एक ही संकल्प था- राष्ट्र सर्वप्रथम! India First! pic.twitter.com/4LarHjMkU1

    — PMO India (@PMOIndia) January 23, 2023 " class="align-text-top noRightClick twitterSection" data=" ">

ଏହା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, " ଆଜି ଠାରୁ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଥିବା 21ଟି ଦ୍ବୀପକୁ ନୂଆ ନାମ ମିଳିଲା । ଏହି ବୀର ପୁରୁଷମାନେ ମାତୃଭୂମିର କୋଣ ଅନୁକୋଣକୁ ସବୁକିଛି ମାନି ନେଇଥିଲେ । ତାଙ୍କର ଏହି ନାମରେ ଗଭୀର ସନ୍ଦେଶ ରହିଛି । ଦେଶ ପାଇଁ ଦେଇଥିବା ବଳିଦାନ ଓ ତାଙ୍କ ଅମରଗାଥାର ସନ୍ଦେଶ ରହିଛି ।"

2018 ମସିହାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ରୋଜ୍ ଆଇଲାଣ୍ଡକୁ ନେଜାତୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ ଭାବେ ନାମକରଣ କରାଯାଇଥିଲା । ନୀଳ ଦ୍ବୀପ ଏବଂ ହାଉଲକ ଦ୍ବୀପର ନାମ ବଦଳାଇ ଶହୀଦ ଦ୍ବୀପ ଏବଂ ସ୍ବରାଜ ଦ୍ବୀପ ନାମରେ ନାମିତ କରାଯାଇଥିଲା । ଦେଶର ବୀର ପୁରୁଷଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ଉତ୍ସର୍ଗୀକୃତ । ଏହି କ୍ରମରେ 21ଟି ବୃହତ ଦ୍ବୀପର ନାମ ବଦଳାଇ 21 ଜଣ ପରମବୀର ସମ୍ମାନ ପ୍ରାପ୍ତ ବୀର ପୁରୁଷଙ୍କ ନାମ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଏକ ପ୍ରେସ ବିବୃତ୍ତିରେ କୁହାଯାଇଥିଲା ।

ସର୍ବବୃହତ ଦ୍ବୀପର ନାମ ପ୍ରଥମ ପରମବୀର ଚକ୍ର ସମ୍ମାନ ପ୍ରାପ୍ତ ବୀରଙ୍କ ନାମରେ ନାମିତ ହୋଇଛି । ସେହିପରି ଦ୍ବିତୀୟ ବୃହତ୍ତମ ଦ୍ବୀପର ନାମ ଦ୍ବିତୀୟ ବୀରଙ୍କ ନାମରେ ନାମିତ ହୋଇଛି । ଦେଶର ମହାନ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଯେଉଁମାନେ ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତା ରକ୍ଷା କରିବା ଲାଗି ନିଜ ଜୀବନର ବଳିଦାନ ଦେଇଛନ୍ତି ।

21 ପରମବୀର ସମ୍ମାନ ପ୍ରାପ୍ତ ବୀରଙ୍କ ନାମରେ ନାମିତ ହୋଇଛି: 21 ଦ୍ବୀପପୁଞ୍ଜର ନାମ 21 ପରମବୀର ସମ୍ମାନ ପ୍ରାପ୍ତ ବୀରଙ୍କ ନାମରେ ନାମିତ ହୋଇଛି । ସେମାନେ ହେଲେ- ମେଜର ସୋମନାଥ ଶର୍ମା, କରମ ସିଂ, ଏମ. ଏମ, ଦ୍ବିତୀୟ ଲେଫ୍ଟନାଣ୍ଟ ରାମ ରାଗୋବା ରାଣେ, ନାୟକ ଜଦୁନାଥ ସିଂ, ମେଜର ପେରୁ ସିଂ, କ୍ୟାପଟେନ ଜି.ଏସ ସଲାରିୟା, ଲେଫ୍ଟନାଣ୍ଟ କର୍ଣ୍ଣେଲ ଧନ ସିଂ ଥାପା, ଯୋଗିନ୍ଦର ସିଂ, ମୋଜର ଶୌତାନ ସିଂ, CQMH ଅବଦୁଲ ହମିଦ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଆର୍ଦ୍ଦେଶିର ବିର୍ଜୋର୍ଜି ତାରାପୋର, ଲାନ୍ସ ନାୟକ ଅଲବର୍ଟ ଏକ୍କା, ମେଜର ହୋସିଆର ସିଂ, ଦ୍ବିତୀୟ ଲେଫ୍ଟନାଣ୍ଟ ଅରୁଣ ଖେଟ୍ରାଲ, ଫ୍ଲାଇଂ ଅଫିସର ନିର୍ମଲଜିତ ସିଂ, ମେଜର ରାମାସ୍ବାମୀ ପରମେଶ୍ବରନ, ବାନା ସିଂ, କ୍ୟାପଟେନ ବିକ୍ରମ ବାତ୍ରା, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ମେଜର ସଞ୍ଜୟ କୁମାର ଏବଂ ମେଜର ଯୋଗେନ୍ଦ୍ର ସିଂଙ୍କ ନାମରେ ନାମିତ ହୋଇଛି ।

Last Updated : Jan 23, 2023, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.