ETV Bharat / bharat

UP Polls: ଆଜି ୪୦ ଦଳୀୟ ସାଂସଦଙ୍କ ସହ ବ୍ରେକଫାଷ୍ଟ ପେ’ ଚର୍ଚ୍ଚା କରିବେ ମୋଦି

author img

By

Published : Dec 17, 2021, 10:58 AM IST

ଆଗକୁ ହେବାକୁ ଥିବା ବିଧାସଭା ନିର୍ବାଚନ ବୈତରଣୀ ପାର କରିବାକୁ କସରତ ଆରମ୍ଭ କରିଦେଇଛି ବିଜେପି । ଏ ନେଇ ଘନଘନ ବୈଠକ ସହ ରାଲି ରଣନୀତି ପ୍ରସ୍ତୁତ କରୁଛି ବିଜେପି । ନିର୍ବାଚନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଜି ଦଳୀୟ ସାଂସଦମାନଙ୍କୁ (PM Modi to meet BJP MPs) ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଜି ୪୦ ଦଳୀୟ ସାଂସଦଙ୍କ ସହ ବ୍ରେକଫାଷ୍ଟ ପେ’ ଚର୍ଚ୍ଚା କରିବେ ମୋଦି

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ବିଧାସଭା ନିର୍ବାଚନ ଜିତିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି ବିଜେପି । ଏ ନେଇ ଘନଘନ ବୈଠକ ସହ ରାଲି ରଣନୀତି ପ୍ରସ୍ତୁତ କରୁଛି ବିଜେପି । ନିର୍ବାଚନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଜି ଦଳୀୟ ସାଂସଦମାନଙ୍କୁ (PM Modi to meet BJP MPs) ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରେକଫାଷ୍ଟ ପେ’ ଚର୍ଚ୍ଚା (breakfast) କରିବେ ।

ଏହି ଚର୍ଚ୍ଚାରେ ଉତ୍ତରପ୍ରଦେଶର ୪୦ ଜଣ ସାଂସଦଙ୍କ (BJP MPs from UP) ସାମିଲ ହେବେ । ବ୍ରେକଫାଷ୍ଟ କରିବା ସହ ଦଳୀୟ ରାଜନୀତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଲୋକଙ୍କ ପାଖରେ କିପରି ପହଞ୍ଚିବେ, ସେମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ମନ ଜିତିବାଏ ନେଇ କଣ କଣ କରିବା ଦରକାର ସେ ନେଇ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେବେ ମୋଦି । ଏହି ଚର୍ଚ୍ଚାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସାଂସଦ ପ୍ରହ୍ଲାଦ ଯୋଶୀ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି। ସଂସଦର ଶୀତ ଅଧିବେଶନ ବେଳେ ମଧ୍ୟ ମୋଦି ଟପ ମନ୍ତ୍ରୀଙ୍କ ସହ ନିୟମିତ ଚର୍ଚ୍ଚା କରୁଥିଲେ ।

କିଛି ଦିନ ତଳେ ମୋଦି ବାରାଣସୀରେ କାଶୀ ବିଶ୍ବନାଥ କରିଡରର ରାଜ୍ୟବାସୀଙ୍କ ଭେଟି ଦେଇଥିଲେ । ସେହି ସମୟରେ ସେ ୧୨ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଉତ୍ତର ପ୍ରଦେଶରେ ଭୋଟରଙ୍କୁ ବାନ୍ଧି ରଖିବା ପାଇଁ ଡିସେମ୍ବର ଶେଷ ପୂର୍ବରୁ ବିଜେପି ଏକାଧିକ ଶୋଭାଯାତ୍ରା କରିବ। ରାଜ୍ୟରେ ଥିବା ସମସ୍ତ ୪୦୩ ନିର୍ବାଚନ ମଣ୍ଡଳୀରେ ବିଜେପି ବରିଷ୍ଠ ନେତାମାନଙ୍କୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.