ETV Bharat / bharat

ଆଜି ଲଞ୍ଚ ହେବ Ujjwala 2.0, ଲାଭାର୍ଥୀଙ୍କ ସହ କଥା ହେବେ ମୋଦି

author img

By

Published : Aug 10, 2021, 7:07 AM IST

ଆଜି(ମଙ୍ଗଳବାର) ଲଞ୍ଚ ହେବାକୁ ଯାଉଛି ଉଜ୍ଜଳା ୨.୦(ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା) । ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ କାର୍ଯ୍ୟକ୍ରମ ସମୟରେ ଉଜ୍ଜ୍ବଳା ଲାଭାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ....

ଆଜି ଲଞ୍ଚ ହେବ Ujjwala 2.0
ଆଜି ଲଞ୍ଚ ହେବ Ujjwala 2.0

ନୂଆଦିଲ୍ଲୀ: କୋଭିଡ ସଙ୍କଟ ମଧ୍ୟରେ ପୁଣି ଘରେ ଘରେ ପହଞ୍ଚିବ ରୋଷେଇ ଗ୍ୟାସ । ଆଜି(ମଙ୍ଗଳବାର) ଲଞ୍ଚ ହେବାକୁ ଯାଉଛି ଉଜ୍ଜଳା ୨.୦(ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା) । ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ କାର୍ଯ୍ୟକ୍ରମ ସମୟରେ ଉଜ୍ବଳା ଲାଭାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୧୨:୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତରପ୍ରଦେଶର ମୋହବାରେ ଏଲପିଜି ସଂଯୋଗ ହସ୍ତାନ୍ତର କରିବେ ମୋଦି ।

ଉଜ୍ବଳା ୧.୦ ରୁ ଉଜ୍ବଳା ୨.୦ ପର୍ଯ୍ୟନ୍ତ ଯାତ୍ରା

୨୦୧୬ ରେ ଆରମ୍ଭ ହୋଇଥିବା ଉଜ୍ବଳା ୧.୦ ସମୟରେ, ବିପିଏଲ୍‍ ପରିବାରର ୫ କୋଟି ମହିଳା ସଦସ୍ୟଙ୍କୁ ଏଲପିଜି ସଂଯୋଗ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ, ଏହି ଯୋଜନାକୁ ଏପ୍ରିଲ ୨୦୧୮ ରେ ସମ୍ପ୍ରସାରିତ କରାଯାଇଥିଲା ଯେଉଁଥିରେ ମହିଳା ହିତାଧିକାରୀଙ୍କ ଆହୁରି ସାତୋଟି ବର୍ଗ ଏସସି / ଏସଟି, ପିଏମଏୱାଇ, ଏଏୱାଇ, ଅଧିକାଂଶ ପଛୁଆ ଶ୍ରେଣୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହା ସହିତ ୮ କୋଟି ଏଲ୍‍ପିଜି ସଂଯୋଗ ଦେବା ଲକ୍ଷ୍ୟକୁ ସଂଶୋଧନ କରାଯାଇଥିଲା । ଏହି ଲକ୍ଷ୍ୟ ଅଗଷ୍ଟ ୨୦୧୯ରେ ଧାର୍ଯ୍ୟ ତାରିଖର ସାତ ମାସ ପୂର୍ବରୁ ହାସଲ କରାଯାଇଥିଲା ।

୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ, ପିଏମ୍‍ୟୁୱାଇ ଯୋଜନା ଅଧୀନରେ ଅତିରିକ୍ତ ଏକ କୋଟି ଏଲ୍‍ପିଜି ସଂଯୋଗ ବ୍ୟବସ୍ଥା ପାଇଁ ଘୋଷଣା କରାଯାଇଥିଲା । ଏହି ଏକ କୋଟି ଅତିରିକ୍ତ ଏଲ୍‍ପିଜି ସଂଯୋଗ (ଉଜ୍ବଳା ୨.୦ ଅଧୀନରେ) ସେହି ସ୍ବଳ୍ପ ଆୟକାରୀ ପରିବାରମାନଙ୍କୁ ଜମା ମୁକ୍ତ ଏଲ୍‍ପିଜି ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଯେଉଁମାନେ ପିଏମ୍‍ୟୁୱାଇର ପୂର୍ବ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି ।

ଏକ ଜମା ମୁକ୍ତ ଏଲପିଜି ସଂଯୋଗ ସହିତ, ଉଜ୍ବଳା ୨.୦ ହିତାଧିକାରୀଙ୍କୁ ପ୍ରଥମ ରିଫିଲ୍ ଏବଂ ହଟପ୍ଲେଟ୍ ମାଗଣାରେ ପ୍ରଦାନ କରାଯିବ । ଆହୁରି ମଧ୍ୟ, ପଞ୍ଜିକରଣ ପ୍ରକ୍ରିୟାରେ ସର୍ବନିମ୍ନ କାଗଜପତ୍ର ଆବଶ୍ୟକ ହେବ । ଉଜ୍ବଳା ୨.୦ ରେ, ପ୍ରବାସୀମାନଙ୍କୁ ରାସନ କାର୍ଡ କିମ୍ବା ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ ।

ଆତ୍ମ ଘୋଷଣା ନାମା ଉଭୟ ପରିବାର ଘୋଷଣାନାମା ଓ ଠିକଣା ପ୍ରମାଣପତ୍ର ପାଇଁ ଯଥେଷ୍ଟ ହେବ । ସାର୍ବଜନୀନ ଏଲ୍‍ପିଜି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦୃଷ୍ଟିକୋଣ ରହିଛି ତାହା ହାସଲରେ ଉଜ୍ବଳା ୨.୦ ସାହାଯ୍ୟ କରିବ । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.