ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତ ମିଶନ ଅର୍ବାନ 2.0 ଓ ଅଟଳ ମିଶନ ନବୀକରଣ ଓ ସହରାଞ୍ଚଳ ବିକାଶ ୨.୦ ଶୁଭାରମ୍ଭ କରିବେ । ଆଜି ଦିନ ୧୧ଟା ସମୟରେ ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହି ୨ଟି ମିଶନ ଦେଶରେ ଥିବା ସମସ୍ତ ସହରକୁ ଆବର୍ଜନା ମୁକ୍ତ ଏବଂ ଜଳକୁ ସ୍ବଚ୍ଛ କରିବା ପାଇଁ କାର୍ଯ୍ୟ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଦେଶରେ ଦ୍ରୁତ ସହରୀକରଣର ଆହ୍ଵାନକୁ ସଫଳତାର ସହ ମୁକାବିଲା କରିବା ଦିଗରେ ଏକ ପଦକ୍ଷେପ । ଏହି ଅଭିଯାନଗୁଡିକ ୨୦୩୦ ର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେବ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ।
ସ୍ଵଚ୍ଛ ଭାରତ ମିଶନ ଅର୍ବାନ ୨.୦
ଏହି ମିଶନ ଦେଶର ସମସ୍ତ ସହରକୁ ଆବର୍ଜନା ମୁକ୍ତ କରିବା ଏବଂ ଅମୃତ ଅଧିନରେ ସମସ୍ତ ସହରରେ ଥିବା ଅପରିଷ୍କାର ଓ କଳା ଜଳକୁ ସୁପରିଚାଳନା କରିବା । ଏହାସହ ବର୍ଜ୍ୟବସ୍ତୁର ପରିଚାଳନା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ସମସ୍ତ ସହରାଞ୍ଚଳର ସ୍ଥାନୀୟ ସଂସ୍ଥାକୁ ଓଡିଏଫ ଯୁକ୍ତ(ODF +) ଏବଂ 1 ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ଲୋକଙ୍କୁ (ODF ++) ଭାବରେ ପରିଣତ କରିବ ।
ଅମୃତ 2.0
ଅମୃତ ୨.୦ର ମୁଖ୍ୟ ଲକ୍ଷ୍ୟ ରହିଛି ଜଳ ଯୋଗାଣ । 4,700 ସହରାଞ୍ଚଳରେ 2.68 ନଳକୂପରେ ଘରେ ଘରେ ପାଣି ପହଞ୍ଚାଇବା ଏହାର ଲକ୍ଷ୍ୟ ରହିଛି । ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୫୦୦ ସହରକୁ ପାଖାପାଖି 2.64 କୋଟି ସେପଟେଜ ସଂଯୋଗ ଯୋଗାଇ ଦିଆଯିବା । ଯେଉଁଥିରେ ସହରାଞ୍ଚଳର 10.5 କୋଟି ଲୋକେ ଉପକୃତ ହେବେ । ଏହି ଯୋଜନା ଭୂତଳ ଜଳର ସଂରକ୍ଷଣ ଏବଂ ନବୀକରଣକୁ ପ୍ରୋତ୍ସାହିତ କରିବ । ଏହି ମିଶନ ଜଳ ପରିଚାଳନା ଏବଂ ଟେକ୍ନୋଲୋଜି ସବ୍-ମିଶନରେ ଡାଟା ନେତୃତ୍ୱାଧୀନ ପଦ୍ଧତିକୁ ପ୍ରୋତ୍ସାହିତ କରିବ । ସହରଗୁଡ଼ିକ ମଧ୍ୟରେ ପ୍ରଗତିଶୀଳ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ‘ପେ ଜଲ୍ ସର୍ଭେକ୍ଷଣ’ ଆୟୋଜିତ କରାଯିବ । ଅମୃତ 2.0 ଯୋଜନାରେ ପାଖାପାଖି 2.87 ଲକ୍ଷ କୋଟି ଖର୍ଚ୍ଚ ହୋଇଛି ।
@ANI