ETV Bharat / bharat

ବୁଧବାର ଲଞ୍ଚ୍‌ ହେବ Sansad TV - ରାଜ୍ୟସଭା ଟିଭି

ଲୋକସଭା ଟିଭି ଓ ରାଜ୍ୟସଭା ଟିଭିକୁ ମିଶାଇ ପ୍ରସ୍ତୁତ ହୋଇଛି ନୂଆ ସଂସଦ ଟିଭି । ସେପ୍ଟେମ୍ବର ୧୫ରେ ସଂସଦ ଟିଭି (Sansad TV) ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବୁଧବାର ଲଞ୍ଚ୍‌ ହେବ Sansad TV
ବୁଧବାର ଲଞ୍ଚ୍‌ ହେବ Sansad TV
author img

By

Published : Sep 13, 2021, 7:21 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୫ରେ ସଂସଦ ଟିଭି ( Sansad TV ) ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭା ଟିଭି ଓ ରାଜ୍ୟସଭା ଟିଭିକୁ ମିଶାଇ ପ୍ରସ୍ତୁତ ହୋଇଛି ନୂଆ ସଂସଦ ଟିଭି । ଯେବେ ସଂସଦରେ ଅଧିବେଶନ ହେବ, ସେବେ ସଂସଦ ଟିଭିର ଦୁଇଟି ଚ୍ୟାନାଲରେ ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ସିଧା ପ୍ରସାରଣ କରାଯିବ ।

ସୂଚନା ଅନୁଯାୟୀ, ନୂଆ ଚ୍ୟାନେଲରେ ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ, ଅର୍ଥଶାସ୍ତ୍ରୀ ବିବେକ ଦେବରାୟ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଆଇନଜୀବୀ ହେମନ୍ତ ବତ୍ରା ଭିନ୍ନ ଭିନ୍ନ ଶୋ'ର ହୋଷ୍ଟ କରିବେ । ସଂସଦ ଟିଭି ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ଦର୍ଶକଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଦେଶର ସଂସ୍ଥାଗୁଡିକ ସମ୍ବନ୍ଧିତ ବିଷୟ ଉପରେ ଉତ୍କୃଷ୍ଟ ଗୁଣବତ୍ତା ବିଶିଷ୍ଟ ବିଷୟବସ୍ତୁ ପରିବେଷଣ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ସଂସଦ ଟିଭି ଲଞ୍ଚ ହେବ । ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଓ ବୟନଶିଳ୍ପ ମନ୍ତ୍ରଣାଳୟର ପୂର୍ବତନ ସଚିବ ରବି କପୁର ସଂସଦ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଛନ୍ତି ।

ଦେଶରେ ଲୋକସଭାର ଗୃହ କାର୍ଯ୍ୟ ଲୋକସଭା ଟିଭିରେ ସିଧା ପ୍ରସାରଣ କରାଯାଇଥାଏ । ଏହା 1989ରେ ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ପ୍ରଶ୍ନ କାଳ, ଶୂନ୍ୟକାଳ ମଧ୍ୟ ପ୍ରସାରଣ ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ 2011ରେ ରାଜ୍ୟସଭାର ଗୃହକାର୍ଯ୍ୟ ପାଇଁ ରାଜ୍ୟସଭା ଟିଭି (RSTV) ଆରମ୍ଭ ହୋଇଥିଲା। ରାଜ୍ୟସଭା ଗୃହକାର୍ଯ୍ୟ ବ୍ୟତୀତ ଏଠାରେ ସରକାରୀ କାର୍ଯ୍ୟକ୍ରମ ଏବଂ ଖବର ମଧ୍ୟ ପ୍ରସାରିତ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.