ETV Bharat / bharat

ଗତି ଶକ୍ତି ଯୋଜନା ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ, ଦେଶକୁ ଦେବେ ୧୦୦ ଲକ୍ଷ କୋଟିର ଭେଟି

ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଲାଲକିଲାରୁ 'ଗତି ଶକ୍ତି ଯୋଜନା'ର କରିଥିଲେ ଘୋଷଣା । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନାକୁ ଲଞ୍ଚ କରିବାକୁ ତଯାଉଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Oct 11, 2021, 6:17 PM IST

ଗତି ଶକ୍ତି ଯୋଜନା ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ, ଦେଶକୁ ଦେବେ ୧୦୦ ଲକ୍ଷ କୋଟିର ଭେଟି
ଗତି ଶକ୍ତି ଯୋଜନା ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ, ଦେଶକୁ ଦେବେ ୧୦୦ ଲକ୍ଷ କୋଟିର ଭେଟି

ନୂଆଦିଲ୍ଲୀ: ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଦେଇଥିଲା ମହାମାରୀ କୋରୋନା । ତେବେ ବର୍ତ୍ତମାନ ଧିରେ ଧିରେ ଏହି ଅର୍ଥନୀତି ଟ୍ରାକକୁ ଫେରୁଛି । ଏହାକୁ ଆହୁରି ଗତି ଦେବା ପାଇଁ ନୂଆ ନୂଆ ଯୋଜନାର ହେଉଛି ଶୁଭାରମ୍ଭ । ଚଳିତ ବର୍ଷ ଅଗଷ୍ଟ ୧୫ ସ୍ବାଧିନତା ଦିବସରେ ଲାଲକିଲାରୁ 'ଗତି ଶକ୍ତି ଯୋଜନା'ର କରିଥିଲେ ଘୋଷଣା । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନାକୁ ଲଞ୍ଚ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନା ଦେଶରେ ନିଯୁକ୍ତି ଅବସର ସୃଷ୍ଟି କରିବାରେ ସହାୟକ ହେବ ।

ଦେଶର ମାଷ୍ଟରପ୍ଲାନ ଏବଂ ଭିତ୍ତିଭୂମି ଭିତ୍ତିପ୍ରସ୍ତର ସ୍ଥାପନ କରିବାରେ ଏହି ଯୋଜନା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। 100 ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ରୋଜଗାରର ସୁଯୋଗ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ମାଧ୍ୟମରେ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ। ଏହି ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦକମାନେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ ହୋଇପାରିବେ । ଏହାଦ୍ବାରା ଶିଳ୍ପଗୁଡ଼ିକର ବିକାଶ ହେବ ।

ଅଗଷ୍ଟ 15ରେ ଏହି ଯୋଜନା ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏଥିରେ ରେଳ, ସଡକ ଏବଂ ରାଜପଥ, ପେଟ୍ରୋଲିୟମ ଏବଂ ଗ୍ୟାସ, ବିଦ୍ୟୁତ୍, ଟେଲିକମ୍, ପରିବହନ, ବିମାନ ଚଳାଚଳ ଏବଂ ଶିଳ୍ପ ପାର୍କ ବିଭାଗ ସହିତ କେନ୍ଦ୍ର ସରକାରଙ୍କ 16ଟି ବିଭାଗ ଅନ୍ତର୍ଭୂକ୍ତ କରାଯିବ। କେନ୍ଦ୍ରର ସମସ୍ତ 16 ବିଭାଗର ଉଚ୍ଚ ପଦାଧିକାରୀଙ୍କ ଏକ ନେଟୱାର୍କ ଯୋଜନା ଗ୍ରୁପ ଗଠନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.