ETV Bharat / bharat

୧୯ରେ ୟୁପି ଯିବେ ମୋଦି, 6250 କୋଟିର ଏକାଧିକ ପ୍ରକଳ୍ପ କରିବେ ଶୁଭାରମ୍ଭ

author img

By

Published : Nov 17, 2021, 5:33 PM IST

୧୯ରେ ଉତ୍ତର ପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଏକାଧିକ ପ୍ରକଳ୍ପର କରିବେ ଶୁଭାରମ୍ଭ । ଅଧିକ ପଢନ୍ତୁ

୧୯ରେ ଉତ୍ତର ପ୍ରଦେଶ ଯିବେ ମୋଦି, 6,250 କୋଟିର ଏକାଧିକ ପ୍ରକଳ୍ପର କରିବେ ଶୁଭାରମ୍ଭ
୧୯ରେ ଉତ୍ତର ପ୍ରଦେଶ ଯିବେ ମୋଦି, 6,250 କୋଟିର ଏକାଧିକ ପ୍ରକଳ୍ପର କରିବେ ଶୁଭାରମ୍ଭ୧୯ରେ ଉତ୍ତର ପ୍ରଦେଶ ଯିବେ ମୋଦି, 6,250 କୋଟିର ଏକାଧିକ ପ୍ରକଳ୍ପର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଖଉଥିବାବେଳେ ଗୋଟିଏ ପରେ ଗୋଟିଏ ଭେଟି ଦେବାରେ ଲାଗିଛନ୍ତି କେନ୍ଦ୍ର ସରକାର । ଗତକାଲି ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେର ଲୋକାର୍ପଣ ପରେ ଆସନ୍ତା ୧୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପୂନର୍ବାର ଉତ୍ତର ପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରଖାଯାଇଛି । ଏହି ଗସ୍ତରେ ପ୍ରାୟ 6,250 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦରେ ଏକାଧିକ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହି ଗସ୍ତ ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ପକ୍ଷରୁ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଏକାଧିକ କ୍ଷେତ୍ର ସହ ଜଡିଡ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ଜଳାଭାବ ଦୂର ସହ ଚାଷୀଙ୍କୁ ଆବଶ୍ୟକୀୟ ରିଲିଫ ପ୍ରଦାନ ପାଇଁ ଅର୍ଜୁନ ସହାୟକ ପ୍ରକଳ୍ପ, ରାତାଓ୍ବଲି ୱେୟାର ପ୍ରୋଜେକ୍ଟ, ଭୋନି ଡ୍ୟାମ ପ୍ରୋଜେକ୍ଟ ଏବଂ ମଜଗାଓଁ-ଚିଲି ସ୍ପ୍ରିଙ୍କଲର ପ୍ରୋଜେକ୍ଟ ପ୍ରମୁଖ ମଧ୍ୟ ଏହି ତାଲିକାରେ ରହିଛି । ଏହି ସମସ୍ତ ପ୍ରକଳ୍ପର ସମୁଦାୟ ବ୍ୟବ ଅଟକଳ ମୂଲ୍ୟ 3,250 କୋଟିରୁ ଅଧିକ ରଖାଯାଇଥିବା ବେଳେ ଏହାର କାର୍ଯ୍ୟକାରିତା ଫଳରେ ରାଜ୍ୟର ମହୋବା, ହମିରପୁର, ବୃନ୍ଦା ଏବଂ ଲଲିତପୁର ଜିଲ୍ଲାର ପ୍ରାୟ 6,5000 ହେକ୍ଟର ଜମି ଜଳସେଚିତ ହୋଇ ପାରିବା ଲକ୍ଷ୍ୟ ରଖାଯାଇଛି । ଫଳରେ ଏହି ଅଞ୍ଚଳର ଲକ୍ଷଲକ୍ଷ କୃଷକ ଉପକୃତ ହେବେ ବୋଲି ରାଜ୍ୟ ଜଳ ସେଚନ ବିଭାଗ କହିଛି ।

୧୯ ତାରିଖ ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଝାନ୍ସୀର ଗାରୁଥାରେ 600 ମେଗାୱାଟ ଅଲଟ୍ରା ମେଗା ସୋଲାର ପାୱାର ପାର୍କର ଭତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । 3,000 କୋଟିରୁ ଅଧିକ ବ୍ୟୟ ବରାଦରେ ନିର୍ମାଣ କରାଯିବାକୁ ଥିବା ଏହି ପ୍ରକଳ୍ପ ଶସ୍ତା ବିଦ୍ୟୁତ୍ ଏବଂ ଗ୍ରୀଡ୍ ସ୍ଥିରତାର ଦ୍ୱିଗୁଣ ସୁବିଧା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମଧ୍ୟ ବୈଷୟିକ ଭାବେ ଆକଳନ କରାଯାଉଛି ।

ସେହିପରି ପ୍ରଧାନମନ୍ତ୍ରୀ ଝାନ୍ସୀରେ ଅଟଳ ଏକତା ପାର୍କର ଉଦଘାଟନ ମଧ୍ୟ କରିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଏହି ପାର୍କ ପ୍ରାୟ 40,000 ବର୍ଗ ମିଟର ଅଞ୍ଚଳରେ 11 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହୋଇଛି । ଏଥିରେ ଏକ ସ୍ବତନ୍ତ୍ର ଲାଇବ୍ରେରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିବ । ଏହି ପ୍ରତିମୂର୍ତ୍ତିକୁ ପ୍ରଖ୍ୟାତ ଶିଳ୍ପୀ ରାମ ସୂତାର ନିର୍ମାଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.