ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ଟିପ୍ସ ନେବେ ଛାତ୍ରଛାତ୍ରୀ

author img

By

Published : Jan 27, 2023, 9:44 AM IST

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଆଲୋଚନା କରିବେ । ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହେବେ ପିଏମ ମୋଦି । ଅଧିକ ପଢନ୍ତୁ

pariksha pe charcha 2023
ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ 38 ଲକ୍ଷ ବିଦ୍ୟାର୍ଥୀ ଭାଗ ନେବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଚଳିତ ବର୍ଷ କାର୍ଯ୍ୟକ୍ରମରେ ଭାଗ ନେବାକୁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ 15 ଲକ୍ଷ ଅଧିକ । ପ୍ରଧାନମନ୍ତ୍ରୀ ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ଆଲୋଚନାର ଏହି କାର୍ଯ୍ୟକ୍ରମ ପରୀକ୍ଷା ପ୍ରସଙ୍ଗରେ ହେବ ।

କିପରି ଚାପମୁକ୍ତ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହେବ ସେ ନେଇ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚାର ଏହା ଷଷ୍ଠ ସଂସ୍କରଣ । ଦିଲ୍ଲୀସ୍ଥିତ ତାଲକଟୋରା ଇନଡୋର ଷ୍ଟାଡିୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନେଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତାକାଲି(ଶୁକ୍ରବାର) ପରୀକ୍ଷା ଯୋଦ୍ଧାଙ୍କ ସହିତ କଥା ହେବାକୁ ଯାଉଛି । ପୂର୍ବାହ୍ନ 11ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ ।

ଏହା ବି ପଢନ୍ତୁ...ବୋହୂ ହାତ ଧରିଲେ ଶ୍ବଶୂର, ଧୁମଧାମରେ ହେଲା ବାହାଘର

ଏହି ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରାଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ପରୀକ୍ଷା ଋତୁ ଆସୁଛି । ଦଶମ, ଏକାଦଶ, ICSE, CBSE, ସହ ଯୁକ୍ତ 2 ପରୀକ୍ଷା ମଧ୍ୟ ହେବ । ତା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଆଜି(ଶୁକ୍ରବାର) ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହେବ । ପରୀକ୍ଷାରେ ଭଲ କରିବା ସହ ଚାପମୁକ୍ତ ରହି ପରୀକ୍ଷା ପାଇଁ ପ୍ରସ୍ତୁତି ଆଦି ବିଭିନ୍ନ ଦିଗ ଉପରେ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ । ପରୀକ୍ଷା ନାମ ଶୁଣିବା ମାତ୍ରେ ପିଲାଙ୍କ ମନରେ ଭୟ ଆସେ । ପ୍ରଧାନମନ୍ତ୍ରୀଙ୍କର ଏହି ନିଆରା କାର୍ଯ୍ୟକ୍ରମ ପିଲାଙ୍କୁ ଦୃଢ କରିବ । ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ପରୀକ୍ଷା ଚାପରୁ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ ।

ପରୀକ୍ଷାର ଚିନ୍ତା ଛାଡିବା ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଗୁରୁତ୍ବ ଦିଆଯିବା ଉଚିତ । ଛାତ୍ରଛାତ୍ରୀ ସମସ୍ତ ଲକ୍ଷ୍ୟ ପୂରଣରେ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ଅଭିଭାବକଙ୍କ ସହ କଥା ହେବେ । ଏହା ସହିତ ପ୍ରତିଯୋଗିତା ମାଧ୍ୟମରେ 2050 ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପିପିସି କିଟ ଉପହାର ଦିଆଯିବ । ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କ ଆତ୍ମବିଶ୍ବାସ ବଢାଇବା ଦିଗରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡିଓ ଚ୍ୟାନେଲ, ଡିଜିଟାଲ ପ୍ଲାର୍ଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବ ।

ଶେଷ ଥର ପାଇଁ ଗତବର୍ଷ ଅପ୍ରେଲ ୧ ତାରିଖରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅବଭାବକଙ୍କୁ ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ଏହା କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ ପଞ୍ଚମ ସଂସ୍କରଣରେ ନବମରୁ ଦ୍ବାଦଶ ଶ୍ରେଣୀର ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପରୀକ୍ଷା ସହ ଜଡ଼ିତ ସମସ୍ତ ବିଷୟ ତଥା ଚାପମୁକ୍ତ ପରୀକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.