ନୂଆଦିଲ୍ଲୀ: ଆଜି (ମଙ୍ଗଳବାର) ଗୁଜୁରାଟର PMGKAY ହିତାଧିକାରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୨ଟା ୩୦ରେ ଏହି ଆଲୋଚନା ଆରମ୍ଭ ହେବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଏହା ଜନସାଧାରଣ ଅଂଶଗ୍ରହଣ କାର୍ଯ୍ୟକ୍ରମ । ଯେଉଁଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଯିବ । PMGKAY ଏକ ଖାଦ୍ୟ ସୁରକ୍ଷା ଯୋଜନା କଲ୍ୟାଣ ଯୋଜନା ଯାହା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କଳ୍ପନା କରାଯାଇଛି । ଏହି ଯୋଜନାରେ କୋରୋନାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କ ଅର୍ଥନୈକିକ ସମସ୍ୟାକୁ ଦୂର କରିବାକୁ ସହାୟତା ପ୍ରଦାନ କରାଯାଇଥାଏ ।
ଆହୁରି ପଢନ୍ତୁ... ଆଜି e-RUPIର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଏହ ଯୋଜନା ଅଧିନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫କିଲୋଗ୍ରାମ ରାସନ ଦିଆଯାଇଥାଏ । ଯାହା ଗରିବ ଲୋକଙ୍କୁ ଦୁଇମୁଠା ଖାଦ୍ୟ ଯୋଗାଡ କରିବାରେ ସହାୟକ ହୋଇଥାଏ ।
@ANI