ETV Bharat / bharat

ଅର୍ଥ ମନ୍ତ୍ରଣାଳୟର ଆଇକନିକ ସପ୍ତାହ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jun 6, 2022, 10:02 AM IST

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥ ମନ୍ତ୍ରଣାଳୟ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ ସପ୍ତାହ ଉତ୍ସବର (Iconic Week Celebrations) ଉଦଘାଟନ କରିବେ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥ ମନ୍ତ୍ରଣାଳୟ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଆଇକନିକ ସପ୍ତାହ ଉତ୍ସବର (Iconic Week Celebrations) ଉଦଘାଟନ କରିବେ । ଦିଲ୍ଲୀର ବିଜ୍ଞାନ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ଏହି ଆଇକନିକ ସପ୍ତାହ ଆଜିଠୁ 11 ତାରିଖ ଯାଏଁ ଚାଲିବ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମରେ କ୍ରେଡିଟ ସଂଯୋଗ ସରକାରୀ ଯୋଜନା ପାଇଁ ଏକ ନ୍ୟାସନାଲ ପୋର୍ଟାଲ ଲଞ୍ଚ କରିବେ ମୋଦି । ଯାହାର ନାମ ହେଉଛି ଜନ ସାମର୍ଥ ପୋର୍ଟାଲ (Jan Samarth portal) । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସହଜ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ହିତାଧିକାରୀଙ୍କୁ ସଠିକ୍ ପ୍ରକାରର ସରକାରୀ ସୁବିଧା ଯୋଗାଇ ଦେବା । ଯୋଜନା ଜରିଆରେ ହିତାଧିକାରୀଙ୍କ ପାଖରେ ସିଧାସଳଖ ପହଞ୍ଚିବା ।

ଏହା ସହିତ ପ୍ରଧାନମନ୍ତ୍ରୀ ଏକ ଡିଜିଟାଲ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଯେଉଁଥିରେ ଗତ ଆଠ ବର୍ଷ ମଧ୍ୟରେ ଦୁଇ ମନ୍ତ୍ରଣାଳୟର ଯାତ୍ରା ବିଷୟରେ ରହିଛି । ଏଥିସହ 1 ଟଙ୍କିଆ 2 ଟଙ୍କିଆ, 5 ଟଙ୍କିଆ, 10 ଟଙ୍କିଆ ଏବଂ 20 ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ରିଲିଜ କରିବେ । ଏହି ମୁଦ୍ରା ଗୁଡ଼ିକରେ AKAMର (Azadi Ka Amrit Mahotsav) ଲୋଗୋ ରହିବ । ଏହି ମୁଦ୍ରା ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଚିହ୍ନିବା ସହଜ ହେବ । ଏହି କାର୍ଯ୍ୟକ୍ରମ ଦେଶର 75ଟି ସ୍ଥାନରେ ଏକକାଳୀନ ଆୟୋଜିତ ହେବ । ପ୍ରତ୍ୟେକ ସ୍ଥାନ ମୁଖ୍ୟ ସ୍ଥାନ ସହିତ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଯୋଡି ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.