ETV Bharat / bharat

ଦେଶ ପାଇବ ସର୍ବବୃହତ ସାମୁଦ୍ରିକ ସେତୁ, ଶୁକ୍ରବାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ - Sea Bridge in Mumbai

Shivdi to Nhavasheva Sea Bridge: ଆସନ୍ତାକାଲି ଦେଶର ସର୍ବବୃହତ ସାମୁଦ୍ରିକ ସେତୁର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ମୁମ୍ବାଇ ସହ ଯୋଡି ହେବ ନଭି ମୁମ୍ବାଇ । 2 ଘଣ୍ଟାର ଯାତ୍ରା 20 ମିନଟରେ ହେବ ଶେଷ । ଅଧିକ ପଢନ୍ତୁ

ଆସନ୍ତାକାଲି ମୁମ୍ବାଇ ଶିବଡି-ନଭାଶେଭା ସି ଲିଙ୍କର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Jan 11, 2024, 6:49 PM IST

Updated : Jan 11, 2024, 7:22 PM IST

ଦେଶ ପାଇବ ସର୍ବବୃହତ ସାମୁଦ୍ରିକ ସେତୁ,

ମୁମ୍ବାଇ: ଆସନ୍ତାକାଲି (ଶୁକ୍ରବାର) ଦେଶର ସର୍ବବୃହତ ସାମୁଦ୍ରିକ ସେତୁ ମୁମ୍ବାଇକୁ ନଭିମୁମ୍ବାଇ ସହ ଯୋଡୁଥିବା ଶିବାଡି- ନ୍ହାବାଶେବା ସି-ଲିଙ୍କକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇର ଶିବାଡି-ନ୍ହାବାଶେବା ଏହି ସେତୁ ସମୁଦ୍ର ମଧ୍ୟରେ ସଂଯୋଗ କରିବ । ଏହି ଦୀର୍ଘ 22 କି.ମି ଲମ୍ବ ସେତୁ ଦେଶର ସର୍ବବୃହତ ସାମୁଦ୍ରିକ ସେତୁ । ଏହାକୁ ମେରାଇନ ପ୍ରକଳ୍ପ ‘ମୁମ୍ବାଇ ଟ୍ରାନ୍ସହର୍ବର ଲିଙ୍କ ପ୍ରୋଜେକ୍ଟ (MTHL) ଅଧୀନରେ ନିର୍ମାଣ କରାଯାଇଛି । 2018 ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯାହା ଆସନ୍ତାକାଲି ଲୋକାର୍ପଣ ହେବାକୁ ଯାଉଛି । ଏହା ବିଶ୍ବର 12 ତମ ବୃହତ୍ତମ ପୋଲ ଭାବେ ମଧ୍ୟ ମାନ୍ୟତା ପାଇବ ।

20 ମିନିଟରେ ଶେଷ ହେବ 2 ଘଣ୍ଟାର ଯାତ୍ରା:-

ଏହି ସୁଦୀର୍ଘ ସାମୁଦ୍ରିକ ସେତୁ ମୁମ୍ବାଇର ଶିଓ୍ବାଡିରୁ ରାଇଗଡ ଜିଲ୍ଲାର ନ୍ହାବାଶେବାକୁ ସଂଯୋଗ କରିବ । ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନର୍ଥେ ‘ଅଟଳ ସେତୁ’ ଭାବେ ନାମିତ କରାଯାଇଛି । ଏବେ ମୁମ୍ବାଇର ଏହି ଦୁଇପ୍ରାନ୍ତ ମଧ୍ୟରେ ଯାତ୍ରା ଦୁଇ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ସେତୁ ଲୋକାର୍ପଣ ପରେ ଏହି ଯାତ୍ରା ମାତ୍ର 15 ରୁ 20 ମିନିଟ ମଧ୍ୟରେ ଶେଷ ହେବ । ଫଳରେ ମୁମ୍ବାଇ ପରି ବ୍ୟସ୍ତବହୁଳ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବା ସହ ଯାତ୍ରୀଙ୍କ ସମୟ ମଧ୍ୟ ବହୁମାତ୍ରାରେ ବଞ୍ଚିପାରିବ । ଯାତ୍ରା ଆରାମଦାୟକ ହେବା ସହ ଟ୍ରାଫିକଜନିତ ଦୁର୍ଘଟଣା ସଂଖ୍ୟା ମଧ୍ୟ ଆଖିଦୃଶିଆ ଭାବେ ହ୍ରାସ ପାଇବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଟେରର-ଗ୍ୟାଙ୍ଗଷ୍ଟାର ଲିଙ୍କ୍‌ ବିରୋଧରେ NIAର ମେଗା ଅପରେସନ: 4 ରାଜ୍ୟର 30 ସ୍ଥାନରେ ରେଡ୍, ଟଙ୍କା ଓ ମାରଣାସ୍ତ୍ର ଜବତ

ଭାରତର ସର୍ବବୃହତ ଓ ବିଶ୍ବର 12ତମ ବୃହତ୍ତମ ପୋଲ:-

ଏହି ବିଶାଳ ସାମୁଦ୍ରିକ ସେତୁ ଦେଶର ସର୍ବବୃହତ ଓ ବିଶ୍ବର 12ତମ ବୃହତ୍ତମ ପୋଲ ହେବାକୁ ଯାଉଛି । ଏଥିରେ ମୋଟ ସାଢେ 16 କି.ମି ପୋଲ ସମୁଦ୍ର ମଧ୍ୟରେ ଥିବା ବେଳେ ଅବଶିଷ୍ଟ ସାଢେ 5 କି.ମି ସ୍ଥଳଭାଗରେ ରହିଛି । ଏଥିରେ ମୋଟ 18 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ନିର୍ମାଣ କରିବାରେ 7 ବର୍ଷ ସମୟ ଲାଗିଛି ।ଏଥିରେ 17ଟି ଆଇଫଲ ଟାଓ୍ବାର ଓ 500 ବୋଇଂ ବିମାନରେ ବ୍ୟବହାର ହୋଇଥିବା ପରିମାଣର ଷ୍ଟିଲ ବ୍ୟବହାର ହୋଇଛି । ଏହି ସେତୁ ମୁମ୍ବାଇର ଦୁଇ ପ୍ରମୁଖ ବନ୍ଦର ‘ମୁମ୍ବାଇ ବନ୍ଦର’ ଓ ଜବାହାରଲାଲ ନେହେରୁ ବନ୍ଦରକୁ ଯୋଡିବ । ଏହା ସେତୁ ମୁମ୍ବାଇ-ନଭି ମୁମ୍ବାଇ-ରାଇଗଡ ଓ ମୁମ୍ବାଇ-ପୁଣେ ଜାତୀୟ ରାଜପଥ ସହ ମୁମ୍ବାଇ-ଗୋଆ ଜାତୀୟ ରାଜପଥକୁ ମଧ୍ୟ ସଂଯୋଗ କରିବ । ଦେଶର ପ୍ରମୁଖ ଯୋଗାଯୋଗ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରେ ଅନ୍ୟତମ ହେବାକୁ ଯାଉଛି ଏହି ସାମୁଦ୍ରିକ ସେତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 11, 2024, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.