ETV Bharat / bharat

ବୋହରା ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଉଦଘାଟନ କରିବେ ନୂଆ କ୍ୟାମ୍ପସ - ମୁମ୍ବାଇରେ ବନ୍ଦେ ଭାରତ ଏକ୍ସପ୍ରେସ

ଆଜି ମୁମ୍ବାଇରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ସହ ଅଲଜାମିଆ-ତୁସ-ସାଇଫିଆ ଆରବ ଏକାଡେମୀର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi To Visit mumba
PM Modi To Visit mumba
author img

By

Published : Feb 10, 2023, 7:51 AM IST

ମୁମ୍ବାଇ: ଆଜି ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ମାରୋଲ ଠାରେ ଅଲଜାମିଆ-ତୁସ-ସାଇଫିଆ ଆରବ ଏକାଡେମୀର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ । ଅଲଜାମିଆ-ତୁସ-ସାଇଫିଆ ହେଉଛି ଦାଉଡି ବୋହରା ସମ୍ପ୍ରଦାୟର ମୁଖ୍ୟ ଶିକ୍ଷାନୁଷ୍ଠାନ ।

  • Will be in Mumbai tomorrow evening and join the programme to mark the inauguration of the new campus of @jamea_saifiyah Arabic Academy. In line with the great ethos of the @Dawoodi_Bohras, I am sure this campus will provide a futuristic learning environment to students. https://t.co/0WchjCAY0f

    — Narendra Modi (@narendramodi) February 9, 2023 " class="align-text-top noRightClick twitterSection" data=" ">

ଏନେଇ ମୋଦି ଟ୍ବିଟ କରି କହିଛନ୍ତି, " ଅଲଜାମିଆ-ତୁସ-ସାଇଫିଆର ନୂତନ କ୍ୟାମ୍ପସର ଉଦଘାଟନୀ ଉତ୍ସବରେ ମୁଁ ସନ୍ଧ୍ୟାରେ ଯୋଗଦାନ କରିବି । ମୁଁ ନିଶ୍ଚିତ ଯେ ଏହି କ୍ୟାମ୍ପସ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତମ ପରିବେଶ ଯୋଗାଇବ ।" ଏହାସହ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଗମନାଗମନକୁ ସହଜ କରିବା ପାଇଁ ମୋଦି ଶାନ୍ତାକ୍ରୁଜ କେମ୍ବୁର ଲିଙ୍କରୋଡ ଏବଂ କୁରର ଅଣ୍ଡରପାସକୁ ମୁମ୍ବାଇବାସୀଙ୍କୁ ଉତ୍ସର୍ଗ କରିବେ ।

ସହରର ପୂର୍ବ ପଶ୍ଚିମକୁ ସଂଯୋଗ କରିବା ପାଇଁ କୁର୍ଲା ଠାରୁ ଭାକୋଲା ଏବଂ MTNL ଜଙ୍କସନରୁ ନିର୍ମିତ ଉଚ୍ଚ କରିଡର ଏବଂ କୁର୍ଲା ଠାରେ BKCରୁ LBS ଫ୍ଲାଏଓଭର ସହରକୁ ନିହାତି ଆବଶ୍ୟକ । ଯାହାକି ପୂର୍ବରାଜପଥରୁ ପଶ୍ଚିମ ରାଜପଥ ଯାଏଁ ସଂଯୋଗ କରିବ ବୋଲି ଏକ ବିବୃତ୍ତିରେ କୁହାଯାଇଛି । ଏହାସହ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ଯାତାୟତ କରିବା ପାଇଁ WEHର ମାଲାଡ ଏବଂ କୁରର ପାର୍ଶ୍ୱକୁ ସଂଯୋଗ କରିବା ପାଇଁ କୁରର ଅଣ୍ଡରପାସର ମଧ୍ୟ ଆବଶ୍ୟକତା ରହିଛି । ଏହାଦ୍ବାରା ଲୋକମାନଙ୍କ ଯାତାୟତରେ କୌଣସି ଅସୁବିଧା ନହେବା ସହ ରାସ୍ତାରେ ଭାରି ଯାନ ଚଳାଚଳ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ ବୋଲି ମଧ୍ୟ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଗୋ ମୂତ୍ରରେ ଗଙ୍ଗାମୈୟା, ଗୋବରରେ ଲକ୍ଷ୍ମୀବାସ କରନ୍ତି: ଚର୍ଚ୍ଚାରେ ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ବୟାନ

ଏହାସହ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ମୁମ୍ବାଇ- ସୋଲାପୁର ବନ୍ଦେ ଭାରତ ଏବଂ ମୁମ୍ବାଇ- ସାଇନଗର ସିରିଡି ବନ୍ଦେ ଭାରତକୁ ମୋଦି ଉଦଘାଟନ କରିବେ । ନୂତନ ଭାରତ ପାଇଁ ଉନ୍ନତ, ଦକ୍ଷ ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।

ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଦେଶର ୯ତମ ଟ୍ରେନ ଯାହାକି ସୋଲାପୁରର ସିଦ୍ଧେଶ୍ବର, ଆକ୍କାଲକୋଟ, ତୁଲଜାପୁର, ସୋଲପୁର ନିକଟସ୍ଥ ପନ୍ଦରପୁର ଏବଂ ପୁଣେ ନିକଟ ଆଲାଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ତୀର୍ଥ ସ୍ଥାନକୁ ଯୋଗ କରିବ । ଫଳରେ ଯାତ୍ରୀମାନେ ଅତି ସହଜରେ ଯାତାୟତ କରିପାରିବେ । ଅନ୍ୟପଟେ ମୁମ୍ବାଇ- ସାଇନଗର ବନ୍ଦେ ଭାରତ ଟ୍ରେନ ଦେଶର ୧୦ମ ବନ୍ଦେ ଭାରତ ଟ୍ରେନ ହେବ । ଯାହାକି ନାସିକ, ତ୍ରୟମ୍ବକେଶ୍ବର, ସାଇନଗର ସିରିଡି ଏବଂ ସାଇନଗର ସାନିକୁ ସଂଯୋଗ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.