ETV Bharat / bharat

ଆଜି କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ କରିବେ ମୋଦି - ନୂଆଦିଲ୍ଲୀ

ଦେଶବାସୀଙ୍କ ଆଜି ପାଇଁ କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ହେବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ କରିବେ ମୋଦି

author img

By

Published : Jan 5, 2021, 9:14 AM IST

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନର ଉଦଘାଟନ କରିବେ । ଭିଡିଓ କନଫରେନ୍ସି ମାଧ୍ୟମରେ ଆଜି ସମୟ 11ଟାରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନାଅନୁସାରେ, କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗିକୃତ କରିବେ ମୋଦି, ଯାହା ‘ଗୋଟିଏ ଦେଶ ଗୋଟିଏ ଗ୍ୟାସ’ ଦିଗ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ । ଏହି ପ୍ରକଳ୍ପ ଲୋକଙ୍କ ଉପର ଏକ ସାକାତ୍ମାକ ପ୍ରଭାବ ପକାଇବ । ଘରୋଇ ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ଘରୋଇ ପାଇପଲାଇନ ମାଧ୍ୟମରେ ଗ୍ୟାସ ବଣ୍ଟନ କରିବାର ଯୋଜନା ହେଉଛି। 450 କିଲୋମିଟର ପାଇପଲାଇନ GAIL (ଭାରତ) ଲିମିଟେଡ୍ ଦ୍ବାରା ନିର୍ମିତ ହୋଇଛି। ଏହାର ପରିବହନ କ୍ଷମତା ଦିନକୁ 12 ନିୟୁତ ମେଟ୍ରିକ୍ ଷ୍ଟାଣ୍ଡାର୍ଡ ଘନ ମିଟର ଅଟେ । କୋଚି (କେରଳ) ରେ ଥିବା ଲିକ୍ବିଫାଏଡ୍ ପ୍ରାକୃତିକ ଗ୍ୟାସ୍ (LNG) ରେଜିଫିକେସନ୍ ଟର୍ମିନାଲରୁ ପ୍ରାକୃତିକ ଗ୍ୟାସ୍ ପରିବହନ କରାଯିବ ।

ଏହି ପ୍ରକଳ୍ପ ପାଇଁ 3000 କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏହାର ନିର୍ମାଣ ସମୟରେ 12 ଲକ୍ଷରୁ ଅଧିକ ଲୋକ ଦିନିକିଆ ନିଯୁକ୍ତି ପାଇଛନ୍ତି । ଏହି ପାଇପଲାଇନ ପ୍ରତି ପରିବାରକୁ ପ୍ରାକୃତିକ ଗ୍ୟାସ (PNG) ଏବଂ ପରିବହନ କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ (CNG) ଯୋଗାଇବ । ଏହି ପାଇପଲାଇନ ସହିତ ଜିଲ୍ଲା ଗୁଡିକରେ ବାଣିଜ୍ୟିକ ଏବଂ ଔଦ୍ୟୋଗିକ ୟୁନିଟ୍ ଗୁଡିକୁ ପ୍ରାକୃତିକ ଗ୍ୟାସ ଯୋଗାଇ ଦିଆଯାଇପାରିବ ।

ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୟ11 ଟାରେ ପାଇପଲାଇନର ଉଦଘାଟନ କରିବେ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା, ମୁଖ୍ୟମନ୍ତ୍ରୀ ବି. ଏସ୍ ୟେଦୁରପ୍ପା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.