ETV Bharat / bharat

ଆଜି CIPETର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ସ୍ଥାପନ କରିବେ ୪ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର - ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲସ ଇଞ୍ଜିନିୟରିଂ ଆଣ୍ତ ଟେକନୋଲୋଜି

ମୋଦି ଆଜି ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ତ ଟେକ୍ନୋଲୋଜି (CIPET)ର ଉଦଘାଟନ କରିବେ । ଏହାସହ ୪ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଆଜି CIPETର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ,୪ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର କରିବେ ସ୍ଥାପନ

author img

By

Published : Sep 30, 2021, 6:44 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ତ ଟେକ୍ନୋଲୋଜି (CIPET) ର ଉଦଘାଟନ କରିବେ । ରାଜସ୍ଥାନର ଜୟପୁର ଜିଲ୍ଲାରେ ଥିବା ଏ କଲେଜକୁ ଦିନ ୧୧ଟାରେ ଭିସି ଯୋଗେ ଉଦଘାଟନ କରିବେ ମୋଦି । ଏହାସହ ବଶଂଓ୍ବାରା , ସିରୋହି, ହନୁମାନଗଡ ଓ ଦଉଶାର ଜିଲ୍ଲାରେ ୪ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ମେଡିକାଲ କଲେଜଗୁଡ଼ିକ ଜିଲ୍ଲା ରେଫରାଲ ହସ୍ପିଟାଲ ସହିତ ସଂଲଗ୍ନ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ମଞ୍ଜୁର କରାଯାଇଛି। ପଛୁଆ ଜିଲ୍ଲା ଗୁଡିକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଅଗ୍ରାଧିକାର ଦିଆଯାଇଛି। ଏହି ଯୋଜନାର ତିନିଟି ପର୍ଯ୍ୟାୟରେ ସାରା ଦେଶରେ 157 ଟି ନୂତନ ମେଡିକାଲ କଲେଜକୁ ଅନୁମୋଦନ କରାଯାଇଛି।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟ ମଧ୍ୟ କରିଛନ୍ତି । କେନ୍ଦ୍ର ସରକାରଙ୍କ ପାଇଁ ସର୍ବୋଚ୍ଚ ଗୁଣାତ୍ମକ ଶିକ୍ଷା ପ୍ରାଥମିକତା ଅଟେ। ଆଜି( ଗୁରୁବାର) ଦିନ 11 ଟା ସମୟରେ ଜୟପୁର ସ୍ଥିତ (CIPET)ର ଉଦଘାଟନ ହେବ। ଏହି ଶିକ୍ଷାନୁଷ୍ଠାନ ସେହି ଯୁବପୀଢିଙ୍କ ଆକାଂକ୍ଷା ପୂରଣ କରିବ । ଯେଉଁମାନେ ପେଟ୍ରୋକେମିକାଲ ଏବଂ ଶକ୍ତି କ୍ଷେତ୍ର ସମ୍ବନ୍ଧୀୟ ଶିକ୍ଷା ଅଧ୍ୟୟନ କରିବାକୁ ଚାହୁଁଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ଉପସ୍ଥିତ ରହିବେ। ରାଜସ୍ଥାନ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ଜୟପୁର ପ୍ରତିଷ୍ଠା ହୋଇଛି ।ଏହି ଶିକ୍ଷାନୁଷ୍ଠାନ ପେଟ୍ରୋକେମିକାଲ ଶିଳ୍ପାନୁଷ୍ଠାନ ଗୁଡିକର ଆବଶ୍ୟକତା ପୂରଣ କରିବ । ଯୁବକମାନଙ୍କୁ କୁଶଳୀ ବୈଷୟିକ ବୃତ୍ତି ପାଇଁ ଶିକ୍ଷା ପ୍ରଦାନ କରିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.