ETV Bharat / bharat

Semicon India Conference: ପ୍ରଥମ ସେମିକନ ଇଣ୍ଡିଆ ସମ୍ମିଳନୀର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Apr 19, 2022, 3:29 PM IST

ଏପ୍ରିଲ ୨୯ ତାରିଖରେ ବେଙ୍ଗାଲୁରୁର ଆଟିସିରେ ପ୍ରଥମ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ର( first Semicon India Conference) ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଏପ୍ରିଲ 29ରେ ପ୍ରଥମ Semicon ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏପ୍ରିଲ ୨୯ ତାରିଖରେ ପ୍ରଥମ ସେମିକନ ଇଣ୍ଡିଆନ୍ସ କନ୍ଫରେନ୍ସକୁ( first Semicon India Conference) ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏନେଇ ସୂଚନା ଦେଇଛନ୍ତି । ଗତବର୍ଷ ଡିସେମ୍ବରରେ ସେଣ୍ଟରର ପ୍ରଥମ ସେମିକନ ଇଣ୍ଡିଆ ପ୍ରୋଗ୍ରାମର ଘୋଷଣା ହୋଇଥିଲା ।

ଇଲେକ୍ଟୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁସାରେ ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ଏକ ଦୀର୍ଘମିଆଦୀ ସ୍ବପ୍ନ । ଏହି ସମ୍ମିଳନୀ ୩ ଦିନ ଧରି ଚାଲିବା ନେଇ ସୂଚୀ ରହିଛି । ଅନ୍ୟ ଦେଶ ଉପରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ସହ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ସେମିକଣ୍ଡକ୍ଟର ଡିଜାଇନ, ଉତ୍ପାଦନ ଓ ଉଦ୍ଭାବନରେ ଭାରତକୁ ଆଗରେ ରଖିବା ଏହାର ମୁଖ୍ୟ ଲକ୍ଷ୍ୟ । ଇଲେକ୍ଟୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ୟ ଭାରତକୁ ଗ୍ଲୋବାଲ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନିତ କରିବା । ଗତ ୭୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏହି ପ୍ରୟାସ କରାଯାଇଛି ।

ସେମିକନ ଇଣ୍ଡିଆ ୨୦୨୨ ସମ୍ମିଳନୀରେ ଦେଶର ସେମିକଣ୍ଡକ୍ଟର ଉଦ୍ୟୋଗ ଏବଂ ଶିକ୍ଷା କ୍ଷେତ୍ରର ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ଅକର୍ଷିତ କରିବ । ଭାରତକୁ ଇଲେକ୍ଟ୍ରୋନିକ୍ସ ଉଦ୍ୟୋଗର ବୈଷୟିକ ହବ କରିବା ପାଇଁ ଏହା ଏକ ବଡ ପଦକ୍ଷେପ । ସ୍ଟାର୍ଟଅପ, ଶିକ୍ଷାବିତ ଏବଂ ବୈଷେୟିକ ଉଦ୍ୟୋଗପତିଙ୍କ ଭାଗୀଦାରୀ ଏହାର ସମୀତ ସଞ୍ଚାଳନ ଭାରତର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ସ୍ବପ୍ନ ପୂରଣ କରିବା ଏହାର ଉଦ୍ଦେଶ୍ୟ ।

ମାଇକ୍ରୋନ ସିଇଓ ସଞ୍ଜୟ ମେହେରୋତ୍ରା, କ୍ୟାଡେନ୍ସ ସିଇଓ ଅନିରୁଦ୍ଧ ଦେବଗାନ୍, ବିନୋଦ ଧାମ, ପ୍ରତିଷ୍ଠାତା ଇଣ୍ଡୋ-ୟୁଏସ ପାର୍ଟନର ଏବଂ SEMI ସଭାପତି ଅଜିତ ମନୋଚା, ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି । ସମ୍ମିଳନୀରେ ଅନେକ ଗୁରୁତ୍ବପୂର୍ଣ୍ଣ ଏମଓୟୁ ସ୍ବାକ୍ଷରିତ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.