ETV Bharat / bharat

କାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଉଦଘାଟନ କରିବେ ମୋଦି

author img

By

Published : Feb 11, 2023, 6:27 PM IST

ଆସନ୍ତାକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦୌସା-ଲୋଲସୋଟ ବିଭାଗର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ
delhi-mumbai expressway

ନୂଆଦିଲ୍ଲୀ: ଆସନ୍ତାକାଲି (ରବିବାର) ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ଏକ୍ସପ୍ରେସୱେର 246 କିଲୋମିଟର ବିଶିଷ୍ଟ ଦୌସା-ଲୋଲସୋଟ ବିଭାଗର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ଏହାର ଉଦଘାଟନ କରିବେ ମୋଦି । ଏନେଇ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Tripura Assembly Poll: ଆଜି ଦୁଇଟି ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ହେବା ଫଳରେ ରାଜଧାନୀ ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ । ପୂର୍ବରୁ ଏହାର ଯାତ୍ରା ସମୟ ପ୍ରାୟ 5 ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ ମାତ୍ର ସାଢେ ତିନି ଘଣ୍ଟା ମଧ୍ୟରେ ଯାତ୍ରା ଶେଷ ହେବ । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଏହାର ପ୍ରଥମ ବିଭାଗ ଶେଷ ହୋଇଥିବାବେଳେ ଅବଶିଷ୍ଟ କାର୍ଯ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । 246 କିମି ରାସ୍ତା ବିଶିଷ୍ଟ ଏହି ଏକ୍ସପ୍ରେସୱେ ସମଗ୍ର ଅଞ୍ଚଳରେ ଏକ ନୂତନ ଅର୍ଥନୈତିକ କରେଡର ନିର୍ମାଣ କରିବ ବୋଲି ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ନିର୍ମିତ ଏକ୍ସପ୍ରେସୱେର ଲମ୍ବ 1386 କିଲୋମିଟର ରହିଛି । ଯେଉଁଥିପାଇଁ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା 24 ଘଣ୍ଟା ପରିବର୍ତ୍ତେ 12 ଘଣ୍ଟା ମଧ୍ୟରେ ଶେଷ ହେବ ।

ଏହା ମଧ୍ୟ ପଢ଼ନ୍ତୁ: 2023ରେ ଭାରତ ବିଶ୍ବର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ: ଅଧ୍ୟୟନ

1,12,150 କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏକ୍ସପ୍ରେସୱେ 8 ଲେନ ବିଶିଷ୍ଟ ରାଜପଥ ଅଟେ । ଯାହାକୁ 12 ଲେନ ପର୍ଯ୍ୟନ୍ତ ବିସ୍ତାର କରାଯାଇପାରିବ । ଏହା ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସମେତ କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରତକୁ ସଂଯୋଗ କରିବ । ନିକଟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଉଦଘାଟନ ନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟ୍ବିଟ ଯୋଗେ ସୂଚନା ଦେଇଥିଲେ । ପୂର୍ବରୁ ଏହାର ଉଦଘାଟନ ତାରିଖ ଗତ ଫେବୃୟାରୀ 4 ତାରିଖରେ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି । ଗତବର୍ଷ ଡିସେମ୍ବରରେ ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସୱେର ଉଦଘାଟନ କରିଥିଲେ ମୋଦି । ପ୍ରଥମ ପର୍ଯ୍ୟାୟରେ ନାଗପୁରରୁ ଶିରଡି ଯାଏ ରାସ୍ତାର ଉଦଘାଟନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.