ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବଙ୍କୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ବୈଠକରେ କେଉଁ ବିଷୟରେ ଆଲୋଚନା ହେବ, ସେନେଇ ଅଧିକ ସୂଚନା ମିଳିନାହିଁ । ତେବେ କୋରୋନା ଭାଇରସ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବା ସହ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥିବା ନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି ।
ସେପ୍ଟେମ୍ବର ୧୪ରେ ମୋଦି ମନ୍ତ୍ରୀ ପରିଷଦର ବୈଠକ ଡକାଇଥିଲେ । ଏହାକୁ ସେ 'ଚିନ୍ତନ ଶିବିର' ବୋଲି କହିଥିଲେ । ବୈଠକରେ ମୋଦି ସରଳତା ଉପରେ ଜୀବନ ପଥ ବୋଲି ମନ୍ତ୍ରୀଙ୍କୁ କହିଥିଲେ । ତେବେ ଆଗକୁ ମଧ୍ୟ ଆହୁରି ୪ଟି 'ଚିନ୍ତନ ଶିବିର' ଅନୁଷ୍ଠିତ ଆୟୋଜନ ହେବା ନେଇ ସୂଚନା ମିଳିଛି । ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ ।
ତେବେ ଏହା ପୂର୍ବରୁ ମଧ୍ୟ ଦେଶରେ କୋରୋନା ସ୍ଥିତି ଓ ଟୀକାକରଣ ନେଇ ସେପ୍ଟେମ୍ବର ୧୦ରେ ଏକ ଉଚ୍ଚସ୍ଥରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ।