କୋଲକାତା: ଡିସେମ୍ବର ୩୦ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୩୦ରୁ ବ୍ୟସ୍ତବହୁଳ ହାୱଡା ଏବଂ ଜଲପାଇଗୁଡି ମଧ୍ୟରେ ଗଡିବ ପଶ୍ଚିମବଙ୍ଗର ପଥମ ବନ୍ଦେ ଭାରତ ଏକ୍ପପ୍ରେସ(First Vande Bharat Express) । ପ୍ରଧାନମନ୍ତ୍ରୀ ମୋଦି(PM Modi) ପତାକା ଦେଖାଇ ଶୁଭାରମ୍ଭ କରିବା ନେଇ ସୂଚନା ରହିଛି(Modi to Flag off West Bengal's First Vande Bharat Express on Dec 30) । ଏନେଇ ଗତକାଲି(ରବିବାର) ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇବା ସହ ହାଓ୍ବାଡା ଏବଂ ଜଲପାଇଗୁଡିକୁ ଯିବା ଆସିବା ପାଇଁ ସମୁଦାୟ ସାଢେ ସାତ ଘଣ୍ଟା ସମୟ ଲାଗିବ । ଏନେଇ ପୂର୍ବତଟ ରେଳ ବିଭାଗର ମୁଖ୍ୟ ଏକଲବ୍ୟ ଚକ୍ରବର୍ତ୍ତୀ(Eastern Railway Spokesperson Ekalabya Chakraborty) କହିଛନ୍ତି, " ଆସନ୍ତା ୩୦ ତାରିଖରେ ହାଓ୍ବାଡା ଏବଂ ଜଲପାଇଗୁଡି ମଧ୍ୟରେ ଆରମ୍ଭ ହେବାକୁ ଥିବା ବନ୍ଦେ ଭାରତ ଏକ୍ପପ୍ରେସକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ ।"
ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ଫଳାଫଳ ରାଜନୈତିକ ଚିତ୍ର ବଦଳାଇ ଦେବ: ଅମିତ ଶାହ
ସୂଚନାଅନୁସାରେ, ପଶ୍ଚିମବଙ୍ଗରେ ଶୁଭାରମ୍ଭ ହେବାକୁ ଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ ୬ ଦିନ ଗଡିବ । ଏହି ଏକ୍ସପ୍ରେସ କୋଲକାତା ଏବଂ ସିଲିଗୁଡି ମଧ୍ୟରେ ଯାତ୍ରାର ସମୟକୁ ହ୍ରାସ କରିବ । କମ ସମୟ ବ୍ୟବଧାନରେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ଯାତ୍ରୀ । ଏହି ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ ୬ ଦିନ ସକାଳ ୬ଟାରେ ହାଓ୍ବାଡା ଷ୍ଟେସନରୁ ଛାଡିବ ଏବଂ ଅପରାହ୍ନ ୧.୩୦ ମନିଟରେ ଜଲପାଇଗୁଡିରେ ପହଞ୍ଚିବ । ସେଠାରେ ଏକ ଘଣ୍ଟା ଅପେକ୍ଷା କରିବା ପରେ ଉତ୍ତର ବେଙ୍ଗାଲୁରୁ ଷ୍ଟେସନରୁ ଅପରାହ୍ନ ୨.୩୦ରେ ଛାଡିବ ଏବଂ ହାଓ୍ବାଡାରେ ରାତି ୧୦ରେ ପହଞ୍ଚିବ । ନୀଳ ଏବଂ ଧଳା ରଙ୍ଗର 16ଟି କୋଚ୍ ନୂତନ ରେକ୍ ପୂର୍ବ ରେଳବାଇର ଲିଲୁଆ ଲୋକୋ ସେଡରେ ପହଞ୍ଚି ସାରିଛି । ଏହା ପଶ୍ଚିମବଙ୍ଗର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ