ETV Bharat / bharat

World's Longest River Cruise : ରହିଛି ଅତ୍ୟାଧୁନିକ ସୁବିଧା, ଗଙ୍ଗାନଦୀରୁ ହୁଗୁଳି ନଦୀ ପର୍ଯ୍ୟନ୍ତ ଯାତ୍ରା

ଆସନ୍ତା ଜାନୁଆରୀ ୧୩ ତାରିଖରେ ଦୁନିଆର ସବୁଠୁ ଲମ୍ବା ରିଭର କ୍ରୁଜ (MV Ganga Vilas)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫଳରେ ଭାରତର ନଦୀ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବ । ୫୧ ଦିନ ମଧ୍ୟରେ ଏହା ୩୨୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ ଏହି କ୍ରୁଜ । ନଦୀ ମଧ୍ୟରେ ପ୍ରାୟ ୫୦ଟି ପର୍ଯ୍ୟଟନ ସ୍ଥଳୀର ମଜା ନେବେ ପର୍ଯ୍ୟଟକ । ଏଥିରେ ପଞ୍ଚ ତାରକା ହୋଟେଲର ସୁବିଧା ରହିଛି । ଅଧିକ ପଢନ୍ତୁ

author img

By

Published : Jan 8, 2023, 9:24 PM IST

MV Ganga Vilas
MV Ganga Vilas

ନୂଆଦିଲ୍ଲୀ: ଭାରତରେ ନଦୀ ପର୍ଯ୍ୟଟନ (River Tourism in India)ରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି । ଦୁନିଆର ସବୁଠୁ ଲମ୍ବା ରିଭିର କ୍ରୁଜ 'ଏମଭି ଗଙ୍ଗା ବିଳାସ' (MV Ganga Vilas)କୁ ଖୁବଶୀଘ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) । ଆସନ୍ତା ଜାନୁଆରୀ ୧୩ ତାରିଖରେ ଏହି କ୍ରୁଜକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ ମୋଦି (PM Modi to flag off luxury cruise MV Ganga Vilas) । ଏହି କ୍ରୁଜରେ ପଞ୍ଚ ତାରକା ହୋଟେଲର ସୁବିଧା ରହିଥିବା ବେଳେ ପର୍ଯ୍ୟଟକଙ୍କୁ ନଦୀ ଭ୍ରମଣର ଉପଭୋଗ କରାଇବ ବୋଲି ଜଣାପଡ଼ିଛି ।

'ଏମଭି ଗଙ୍ଗା ବିଳାସ' କ୍ରୁଜର ସ୍ବତନ୍ତ୍ରତା:- ନଦୀରେ ଭ୍ରମଣ ସୁବିଧା ଯୋଗାଇ ଦେବା ଲାଗି ଏହି କ୍ରୁଜର ଶୁଭାରମ୍ଭ ହେବାକୁ ଯାଉଛି । ଏହି କ୍ରୁଜ ବା ଜଳ ଜାହାଜରେ ପଞ୍ଚ ତାରକା(5 Star Hotel)ର ସୁବିଧା ରହିଛି । ଏହି ଜାହାଜ ମାଧ୍ୟମରେ ପର୍ଯ୍ୟଟକ ଭାରତ ଓ ବାଂଲାଦେଶ ମଧ୍ୟ ଦେଇ ଯାଇଥିବା ନଦୀରେ ଭ୍ରମଣ କରିପାରିବେ । ଏହାସହିତ କ୍ରୁଜଟି ପ୍ରାୟ ୨୭ଟି ନଦୀରେ ଯାତ୍ରା କରିବା ସହ ପ୍ରାୟ ୫୦ଟି ଭିନ୍ନଭିନ୍ନ ପର୍ଯ୍ୟଟନସ୍ଥଳୀରେ ରହିବ ବୋଲି ଜଣାପଡ଼ିଛି । ୫୧ ଦିନ ମଧ୍ୟରେ ଏହା ୩୨୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ ବୋଲି ଜଣାପଡ଼ିଛି । ଏହି କ୍ରୁଜକୁ ଅନ୍ତରା ଲକ୍ସରୀ ରିଭର କ୍ରୁଜ ଓ ଜେଏମ ବକ୍ସି ରିଭର କ୍ରୁଜ ସହିତ ଇନଲ୍ୟାଣ୍ଡ ୱାଟରୱେଜ ଅଥୋରିଟି ଅଫ ଇଣ୍ଡିଆ (Inland Waterways Authority of India)ର ମିଳିତ ଉଦ୍ୟମରେ ପରିଚାଳନା କରାଯିବ । ଏହି କ୍ରୁଜ ମଧ୍ୟରେ ପ୍ରାୟ ୧୮ଟି କ୍ୟାବିନ ରିହଥିବା ଜଣାପଡ଼ିଛି ।

MV Ganga Vilas
ପଞ୍ଚ ତାରକା ହୋଟେଲ ପରି ରହିଛି ସୁବିଧା

ଏହା ବି ପଢନ୍ତୁ- ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ହତ୍ୟା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: DMK ବିଧାୟକ

କ୍ରୁଜରେ ରହିଛି ଅତ୍ୟାଧୁନିକ ସୁବିଧା:- ଭବିଷ୍ୟତକୁ ଦୃଷ୍ଟିରେ ରଖି କ୍ରୁଜକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଥିବା ବେଳେ ରହିଛି ଅନେକ ସୁବିଧା । ଏହି କ୍ରୁଜ ମଧ୍ୟରେ ଭାରତର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଏଥିରେ ବାଥରୁମ, ଫ୍ରେଞ୍ଚ ବାଲକୋନି, LED ଟିଭି, ସ୍ମୋକ୍‌ ଡିଟେକ୍ଟର ଆଦି ରହିଛି । ଗଙ୍ଗା ବିଳାସରେ ଯାତ୍ରା କରିବାକୁ ଥିବା ପର୍ଯ୍ୟଟକଙ୍କୁ ଏକ ସ୍ମରଣୀୟ ସ୍ମୃତି ଯୋଗାଇ ଦେବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାସହିତ କ୍ରୁଜ ମଧ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟ ପରଷୁଥିବା ରେସ୍ତୋରାଁ, ସ୍ପା ଓ ସନଡେକ୍‌ ରହିଛି । ଏହା ମଧ୍ୟରେ ଥିବା ରେସ୍ତୋରାଁରେ କଣ୍ଟିନେଣ୍ଟାଲ ଖାଦ୍ୟ ସହ ଭାରତୀୟ ଖାଦ୍ୟ ମଧ୍ୟ ମିଳିବ ।

MV Ganga Vilas
ଦୁନିଆର ସବୁଠୁ ଲମ୍ବା ରିଭର କ୍ରୁଜରେ ରହିଛି ଅତ୍ୟାଧୁନିକ ସୁବିଧା

ବାରଣାସୀ ଗଙ୍ଗାନଦୀରୁ କୋଲାକାତା ହୁଗୁଳି ନଦୀ ପର୍ଯ୍ୟନ୍ତ ଯାତ୍ରା:- ପୂର୍ବରୁ ନିର୍ଦ୍ଧାରିତ ସମୟ ଅନୁସାରେ ଏହି କ୍ରୁଜଟି ବାରଣାସୀଠାରୁ ଯାତ୍ରା ଆରମ୍ଭ କରି ୮ମ ଦିନରେ ବକ୍ସର, ରାମନଗର ଓ ଗାଜିପୁର ହୋଇ ପାଟନାରେ ପହଞ୍ଚିବ । ଏହାପରେ ପାଟନାରୁ କୋଲକାତା ଅଭିମୁଖେ ବାହାରିବ କ୍ରୁଜ । ଯାତ୍ରାର ୨୦ତମ ଦିନରେ ଏହା ଫରକ୍କା, ମୁର୍ଶିଦାବାଦ ହୋଇ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପହଞ୍ଚିବ । ଏହା ପରଦିନ କ୍ରୁଜ ଢାକା ଅଭିମୁଖେ ବାହାରିବ । ଏହାପରେ ଆଗାମୀ ୧୫ଦିନ ପର୍ଯ୍ୟନ୍ତ ବାଂଲାଦେଶର ଜଳକ୍ଷେତ୍ର ମଧ୍ୟରେ ରହିବ । ଯାତ୍ରାର ଶେଷ ଭାଗରେ ଏହା ଶିବସାଗର ଦେଇ ଅନ୍ତିମ ଗନ୍ତବ୍ୟସ୍ଥଳ ଡିବ୍ରୁଗଡରେ ପହଞ୍ଚିବ । ଏହାପରେ ଗୌହାଟୀ ଦେଇ ପୁଣି ଭାରତ ପ୍ରତ୍ୟାବର୍ତ୍ତନ କରିବ ।

  • The launch of world’s longest river cruise with MV Ganga Vilas by Prime Minister Narendra Modi on 13 January, 2023 in Varanasi will herald a new age of river cruise tourism for India, said Union minister Sarbananda Sonowal: Ministry of Ports, Shipping and Waterways pic.twitter.com/Hma1nF0rUt

    — ANI (@ANI) January 8, 2023 " class="align-text-top noRightClick twitterSection" data=" ">

ଗଙ୍ଗା ବିଳାସ କ୍ରୁଜରେ ଯାତ୍ରା କରୁଥିବା ପର୍ଯ୍ୟଟକମାନେ ବାରଣାସୀଠାରୁ ଆରମ୍ଭ କରି ଦେଶର ପୁରୁଣା ସହରଗୁଡ଼ିକ ପରିଭ୍ରମଣ କରିବେ । ଏହାସହିତ ଅନେକ ହିନ୍ଦୁ ଧର୍ମାବଲମ୍ବୀ ପୀଠର ପରିଦର୍ଶନ ମଧ୍ୟ କରିବେ । ଖାଲି ସେତିକି ନୁହେଁ ବାଂଲାଦେଶ ନିକଟରେ ପହଞ୍ଚିବା ପରେ ଏଠାରେ ଥିବା ଐତିହାସିକ ଓ ସାସ୍କୃତିକ ମହତ୍ତ୍ବ ରଖୁଥିବା ଅନେକ ସ୍ଥାନ ମଧ୍ୟ ପରିଭ୍ରମଣ କରିବାର ସୌଭାଗ୍ୟ ମିଳିବ । ସୋନାରଗାଓଁର ପୁରୁଣା ସହରରେ ପ୍ରାୟ ୧୪୦୦ବର୍ଷ ପୁରୁଣା ଗୁବନ୍ଦ ମସଜିଦ ମଧ୍ୟ ଭ୍ରମଣ କରିବେ ପର୍ଯ୍ୟଟକ । ଏଥିରେ ବିଦେଶୀମାନେ ମଧ୍ୟ ଯାତ୍ରା କରିପାରିବେ । ଏହାର ପ୍ରଥମ ଯାତ୍ରା ସମୟରେ ପ୍ରାୟ ୩୨ ବିଦେଶୀ ପର୍ଯ୍ୟଟକ ରହିଥିବା ଜଣାପଡ଼ିଛି ।

ଏମଭି ଗଙ୍ଗା ବିଳାସ ସମ୍ପର୍କରେ:- ଏହି ଜାହାଜରେ ୬୨ ମିଟର ଲମ୍ବା, ୧୨ ମିଟର ଚଉଡ଼ା ରହିଛି । ଏଥିରେ ୩ଟି ଡେକ୍‌ ରହିଛି । ଏଥିରେ ଏକାବେଳେ ୮୦ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବାର କ୍ଷମତା ରଖିଛି । ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ଲାଗି ଏଥିରେ ବ୍ୟବସ୍ଥା କରାଯାଇଛି । ଏଥିରେ ପ୍ରଦୂଷଣ ମୁକ୍ତ ଓ ଶବ୍ଦବିହୀନ ଯନ୍ତ୍ର ମଧ୍ୟ ଲଗାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.