ETV Bharat / bharat

ରୋଜଗାର ମେଳା; ଆଜି 51 ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 30, 2023, 8:30 AM IST

ଆଜି 51 ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ 4ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅଧିକ ପଢନ୍ତୁ

Rozgar mela
Rozgar mela

ନୂଆଦିଲ୍ଲୀ: ଆଜି ଦଶମ ରୋଜଗାର ମେଳା ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 51 ହଜାର ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟରେ ଦଶମ ରୋଜଗାର ମେଳାରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବକଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧନ କରିବେ । ଅପରାହ୍ନ 4ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

  • देशभर में युवाओं के लिए रोजगार सृजन हमारी सर्वोच्च प्राथमिकता रही है। रोजगार मेला इसी का अहम हिस्सा है, जिसका एक और आयोजन कल होने जा रहा है। इसमें शाम 4 बजे वीडियो कॉन्फ्रेंसिंग के जरिए विभिन्न सरकारी विभागों से जुड़े 51,000 युवा साथियों को नियुक्ति पत्र देने का सुअवसर मिलेगा।…

    — Narendra Modi (@narendramodi) November 29, 2023 " class="align-text-top noRightClick twitterSection" data=" ">

ଭିସି ଜରିଆରେ ରୋଜଗାର ମେଳାକୁ ସମ୍ବୋଧନ କରିବା ସହିତ 51 ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟା ଯିବାର କାର୍ଯ୍ୟକ୍ରମ ରହିଛି । ସମଗ୍ର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର 37ଟି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଏହି ରୋଜଗାର ମେଳା ଅଧୀନରେ ଡାକ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ରାଜସ୍ବ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଏବଂ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତି ହେବ । ରୋଜଗାର ମେଳାରେ କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତିପତ୍ର ପ୍ରଦାନ କରିଥାନ୍ତି । ଆସନ୍ତା ଡିସେମ୍ବରରେ ଶେଷ ରୋଜଗାର ମେଳା ଆୟୋଜିତ ହେବ ।

କାର୍ଯ୍ୟକ୍ରମ ପୂର୍ବରୁ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଦେଶର ସମସ୍ତ ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ରୋଜଗାର ମେଳା ଏହାର ଗୁରୁତ୍ବପୂର୍ଣ୍ଣ ଅଂଶ ଯାହାର ଏକ ଆୟୋଜନ ହେବାକୁ ଯାଉଛି । ଅପରାହ୍ନ 4ଟାରେ ଭିସି ଜରିଆରେ ବିଭିନ୍ନ ସରକାରୀ ବିଭାଗରେ 51 ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେବାର ଶୁଭ ଅବସର ମିଳିବ ।''

ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବରରେ ନବମ ରୋଜଗାର ମେଳାରେ 51 ହଜାର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ । ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ବର୍ଷ ଅକ୍ଟୋବର ମାସ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା 10 ଲକ୍ଷ ରୋଜଗାର ଦେବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏବେ ସୁଦ୍ଧା ଲକ୍ଷେ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି ।

ଏହା ବି ପଢନ୍ତୁ...Rozgar Mela: ଦିନକେରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ତେଲେଙ୍ଗାନା ନିର୍ବାଚନ; ରେକର୍ଡ ଭୋଟ ଦେଇ ଗଣତନ୍ତ୍ର ପର୍ବକୁ ସଶକ୍ତ କରିବାକୁ ମୋଦିଙ୍କ ଅପିଲ୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.