ETV Bharat / bharat

ରୋଜଗାର ମେଳା; 30ରେ 50 ହାଜର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ - ରୋଜଗାର ମେଳାରେ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନଭେମ୍ବର 30 ତାରିଖରେ ଦଶମ ରୋଜଗାର ମେଳା 51 ହଜାର ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

Rozgar mela
Rozgar mela
author img

By ETV Bharat Odisha Team

Published : Nov 28, 2023, 3:34 PM IST

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର 30 ତାରିଖରେ ଦଶମ ରୋଜଗାର ମେଳା ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 51 ହଜାର ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟରେ ଦଶମ ରୋଜଗାର ମେଳାରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବକଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧନ କରିବେ ।

30 ତାରିଖ ପୂର୍ବାହ୍ନ 10ଟା 30 ମିନିଟରେ ଭିସି ଜରିଆରେ ରୋଜଗାର ମେଳାକୁ ସମ୍ବୋଧନ କରିବା ସହିତ 51 ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟା ଯିବାର କାର୍ଯ୍ୟକ୍ରମ ରହିଛି । ସମଗ୍ର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର 38ଟି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଏହି ରୋଜଗାର ମେଳା ଅଧୀନରେ ଡାକ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ରାଜସ୍ବ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଏବଂ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତି ହେବ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସିମଲାରୁ, ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରାଞ୍ଚିରୁ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରୁ ଭିସି ଜରିଆରେ ଉପସ୍ଥିତ ରହିବେ । ମୋଟ 38ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହେବ । ରୋଜଗାର ମେଳାରେ କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତିପତ୍ର ପ୍ରଦାନ କରିଥାନ୍ତି । ଆସନ୍ତା ଡିସେମ୍ବରରେ ଶେଷ ରୋଜଗାର ମେଳା ଆୟୋଜିତ ହେବ । କୁହାଯାଉଛି କି ଲୋକସଭା ନିର୍ବାଚନ ପୂର୍ବରୁ ବେରୋଜଗାର ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଏହା ଏକ ରଣନୀତି ।

ଏହା ବି ପଢନ୍ତୁ...Rozgar Mela: ଦିନକେରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବରରେ ନବମ ରୋଜଗାର ମେଳାରେ 51 ହଜାର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ । ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ବର୍ଷ ଅକ୍ଟୋବର ମାସ 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା 10 ଲକ୍ଷ ରୋଜଗାର ଦେବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏବେ ସୁଦ୍ଧା ଲକ୍ଷେ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.