ETV Bharat / bharat

New Parliament Building: 28ରେ ନୂଆ ସଂସଦ ଭବନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

author img

By

Published : May 18, 2023, 9:58 PM IST

28 ତାରିଖରେ ଲୋକାର୍ପିତ ହେବ ନୂଆ ସଂସଦ ଭବନ । ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରିତ କଲେ ବାଚସ୍ପତି ଓମ ବିର୍ଲା । 2020 ଡିସେମ୍ବରରେ ହୋଇଥିଲା ନିର୍ମାଣ ଆରମ୍ଭ । ଅଧିକ ପଢନ୍ତୁ

New Parliament building: 28 ରେ ନୂଆ ସଂସଦ ଭବନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା 28 ତାରିଖରେ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ଗରିମାରେ ଯୋଡି ହେବ ଆଉ ଏକ ଫର୍ଦ୍ଦ । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମାଣ ହୋଇଥିବା ବହୁଚର୍ଚ୍ଚିତ ନୂତନ ସଂସଦ ଭବନକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ଗୁରୁବାର) ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରିତ କରିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସର୍ବୋଚ୍ଚ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଏହି ସଂସଦ ନୂତନ ସୌଧ ଲୋକାର୍ପିତ ହେବାକୁ ଯାଉଛି । ଏହାକୁ ଏକବିଂଶ ଶତାବ୍ଦୀର ଆବଶ୍ଯକତା ଅନୁସାରେ ଅତ୍ୟାଧୁନିକ ଓ ଭବ୍ୟ ଭାବେ ନିର୍ମିତ କରାଯାଇଛି । ଏହା ସମଗ୍ର ବିଶ୍ବରେ ‘ଆତ୍ମନିର୍ଭର ଭାରତ’ର ଉଦାହରଣ ହେବାକୁ ଯାଉଥିବା ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି ।

  • Prime Minister Narendra Modi will dedicate the newly constructed Parliament building to the Nation on 28 May, 2023.

    Lok Sabha Speaker Om Birla met Prime Minister Narendra Modi on Thursday and invited him to inaugurate the New Parliament Building. Construction of the New… pic.twitter.com/d0kjUsKCQt

    — ANI (@ANI) May 18, 2023 " class="align-text-top noRightClick twitterSection" data=" ">

2020 ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି 4 ମହଲା ବିଶିଷ୍ଟ ଭବ୍ୟ ସୌଧର ନିର୍ମାଣ ପାଇଁ ମୋଟ 970 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରେ ଏକକାଳୀନ 1,224 ସାଂସଦଙ୍କ ବସିବା ପାଇଁ ଆସନ ବ୍ୟବସ୍ଥା ରହିଛି । ସେହିପରି ଏଥିରେ ଏକ ଗ୍ରାଣ୍ଡ ସାମ୍ବିଧାନ ପ୍ରେକ୍ଷାଳୟ ମଧ୍ୟ ରହିଛି । ଏଥିରେ ଭାରତର ଗଣତନ୍ତ୍ରର ଐତିହ୍ୟ ପ୍ରତିଫଳିତ ହେବ । ସେହିପରି ଅଧିବେଶନ ଗୃହ ବ୍ୟତୀତ ଅନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ମଧ୍ୟ ରହିଛି । ସାଂସଦଙ୍କ ପାଇଁ ଡାଇନିଂ ଓ ପାର୍କିର ବ୍ୟବସ୍ଥା ମଧ୍ୟ ଏହି ବିଲ୍ଡିଂ ପରିସରରେ ରଖାଯାଇଛି ।

ଉଭୟ ଗୃହରେ କାର୍ଯ୍ୟରତ ଷ୍ଟାଫଙ୍କ ପାଇଁ ମଧ୍ୟ ନୂତନ ଡ୍ରେସକୋଡର ବ୍ୟବସ୍ଥା କରାଯାଇଛି । ଏହି ଡ୍ରେସକୋଡ ଜାତୀୟ ଫ୍ୟାସନ ଟେକ୍ନୋଲୋଜି ପ୍ରତିଷ୍ଠାନ (NIFT) ଦ୍ବାରା ଡିଜାଇନ କରାଯାଇଛି । ଏହି ବିଶାଳ ଅଟ୍ଟାଳିକାରେ 3ଟି ପ୍ରବେଶ ପଥ ରହିଛି । ଏଗୁଡିକ ପାରମ୍ପରିକ ଭାବେ ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର ଭାବେ ନାମକରଣ କରାଯାଇଛି । ସାଂସଦ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରବେଶ ଲାଗି ଭିନ୍ନ ଭିନ୍ନ ପ୍ରବେଶ ପଥର ବ୍ୟବହାର ହେବ ।

1927 ରେ ନିର୍ମାଣ ହୋଇଥିଲା ପୁରୁଣା ସଂସଦ ଭବନ । ଯାହା ଚଳିତ ଶତାବ୍ଦୀରେ ଶହେ ବର୍ଷ ପୂରଣ କରିବାକୁ ଯାଉଛି । ଏହି ପୁରାତନ ଐତିହାସିକ କୋଠାଟି ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁସାରେ ବ୍ୟବହାରକ୍ଷମ ହୋଇପାରୁନାହିଁ । କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଅଧୀନରେ ଏହି ନୂଆ ସଂସଦ ଭବନ ନିର୍ମାଣ କରାଯାଇଛି । ଦେଶ ଏବେ ଆଜାଦି କା ଅମୃତ କାଳ ପାଳନ କରୁଥିବା ବେଳେ ବିଶ୍ବର ପ୍ରମୁଖ ସଂସଦୀୟ ଗଣତନ୍ତ୍ର ଭାରତ ନୂତନ ସଂସଦ ଭବନ ଲୋକର୍ପିତ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.