ETV Bharat / bharat

Modi Visit UP: ଉତ୍ତର ପ୍ରଦେଶକୁ ମିଳିବ ୯ ହଜାର କୋଟି ମୂଲ୍ୟର ପ୍ରକଳ୍ପ

author img

By

Published : Dec 7, 2021, 8:25 AM IST

ଉତ୍ତର ପ୍ରଦେଶକୁ ଭେଟି ପରେ ଭେଟି ଦେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ । ଆଜି(ମଙ୍ଗଳବାର) ୟୁପି ଗସ୍ତ କରି(Modi visit uttarpradesh) ରାଜ୍ୟବାସୀଙ୍କୁ ୩ଟି ମେଗା ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶବାସୀଙ୍କୁ ମିଳିବ ୯ ହଜାର କୋଟି ମୂଲ୍ୟର ପ୍ରକଳ୍ପ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶକୁ ଭେଟି ପରେ ଭେଟି ଦେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ । ଆଜି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ୟୁପି ଗସ୍ତ କରିବେ । ରାଜ୍ୟବାସୀଙ୍କୁ ୩ଟି ମେଗା ପ୍ରକଳ୍ପ ଉତ୍ସର୍ଗ କରିବେ ମୋଦି । ୟୁପିର ଗୋରଖପୁର ଜିଲ୍ଲାରେ ଏମ୍ସ ( All Institute of Mediacal of Medical Science), ସାର କାରଖାନା ଭଳି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ସମସ୍ତ ପ୍ରକଳ୍ପ ପାଇଁ ୯,୬୦୦କୋଟି ଖର୍ଚ୍ଚ ହୋଇଛି । ଗୋରଖପୁରରେ ଏମ୍ସ କେବଳ ଜିଲ୍ଲାବାସୀଙ୍କୁ ନୁହେଁ ବରଂ ପଡୋଶୀ ବିହାର ଓ ନେପାଳବାସୀଙ୍କୁ ମଧ୍ୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବ । ୧ ହଜାର କୋଟି ଟଙ୍କାରେ ଏମ୍ସ ନିର୍ମାଣ ହୋଇଛି । ୨୦୧୬ ଜୁଲାଇ ୨୨ରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ଏହା ନିର୍ମିତ ହୋଇଛି । ଏକ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟ ଲକ୍ଷ୍ୟ ରଖାଯାଇଛି । ଏମ୍ସରେ ୭୫୦ ଶଯ୍ୟା, ମେଡିକାଲ କଲେଜ, ନର୍ସିଂ କଲେଜ, ଆୟୁଷ ଡାକ୍ତରଙ୍କ ପାଇଁ ଗୃହ, ପିଜି ଓ ୟୁଜି ପିଲାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯାଇଛି ।

ପୂର୍ବ ୟୁପିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ବପ୍ନ ପୂରଣ ହେଉଛି । ଗୋରଖପୁରରେ ଏକ ନବନିର୍ମିତ ସାର କାରାଖାନାର (Hindustan Urvarak Rasayan Limited) ଉଦଘାଟନ କରିବେ ମୋଦି । ଏହି ପ୍ରକଳ୍ପ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବାର୍ଷିକ ୧୨.୭ ମେଟ୍ରିକ ଟନ ୟୁରିଆ ସାର ଉତ୍ପାଦନ କରିବ । ଏହି ପ୍ରକଳ୍ପ କେବଳ ଚାଷୀଙ୍କୁ ସହଯୋଗ କରିବନି ବରଂ ପ୍ରାୟ ୨୦ ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହା ସହିତ ICMR ର ଆଞ୍ଚଳିକ ୟୁନିଟ୍ ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (RMRC) ରେ ଏକ ହାଇ-ଟେକ୍ ଲ୍ୟାବର ଉଦଘାଟନ କରିବେ । ଉତ୍ତରପ୍ରଦେଶର ଅଭିବୃଦ୍ଧି ପାଇଁ ଏହି ଐତିହାସିକ ପ୍ରକଳ୍ପ । ଅର୍ଥନୈତିକ ଅଭିବୃଦ୍ଧିରେ ସାହାୟକ ହେବ ଏହି ପ୍ରକଳ୍ପ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.