ETV Bharat / bharat

27ରେ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

author img

By

Published : Apr 24, 2022, 10:44 PM IST

ଦେଶରେ ପୁଣି ବଢିଲାଣି କୋଭିଡ ସଂକ୍ରମଣ । 27ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

27ରେ କୋଭିଡ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
27ରେ କୋଭିଡ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ମଧ୍ୟରେ ଦେଶରେ ବୃଦ୍ଧି ପାଇଥିବା କୋଭିଡ ସଂକ୍ରମଣ ଚିନ୍ତା ବଢାଇଛି । ତେବେ ଆସନ୍ତା 27 ତାରିଖରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଦେଶର କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ ଉକ୍ତ ଦୁଇ ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସମୀକ୍ଷା ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ ।

ସମୀକ୍ଷା ବୈଠକକୁ ନେଇ ମିଳିଥିବା ପୂର୍ବ ସୂଚନା ଅନୁସାରେ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରେଜେଶ ଭୂଷଣ ବର୍ତ୍ତମାନ ଦେଶର କୋଭିଡ ସ୍ଥିତି ଓ ମୁକାବିଲା ପ୍ରସ୍ତୁତି ନେଇ ଏକ ପ୍ରେଜେଣ୍ଟଟେସନ ଉପସ୍ଥାପନା କରିବେ । ସେହିପରି ଟୀକାକରଣ ସମ୍ପର୍କିତ ଷ୍ଟାଟସ ମଧ୍ୟ ବୈଠକରେ ଆଲୋଚନା ହେବ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ କୋରୋନାର ଶୀର୍ଷ ସଂକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିସାରିଛନ୍ତି ।

ତେବେ କିଛି ଦିନ ଧରି ସଂକ୍ରମଣ ନିୟନ୍ତ୍ରଣରେ ଥିବାବେଳେ ପୁଣି କୋଭିଡ ଗ୍ରାଫ ଉପର ମୁହାଁ ହେବା ସମସ୍ତଙ୍କ ଚିନ୍ତା ବଢାଇଛି । ପୁଣି ଥରେ ସମ୍ଭାବ୍ୟ ଲହରକୁ ଦେଖି ପ୍ରାକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି । ଦିଲ୍ଲୀର ସଂକ୍ରମଣ ସର୍ବାଧିକ ଥିବାବେଳେ ସେଠାରେ ଫେସମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 2,593 ନୂତନ କୋଭିଡ ସଂକ୍ରମଣ ସାମ୍ନାକୁ ଆସିଛ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.