ETV Bharat / bharat

ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକୃତାମାଳା, ସାମିଲ ହେବେ ପ୍ରଧାନମନ୍ତ୍ରୀ - ଆସନ୍ତାକାଲି ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକୃକ୍ତାମାଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଆଜି(ଶୁକ୍ରବାର) ୮ ଜୁଲାଇ ସଂଧ୍ୟା ୬.୩୦ ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକୃତାମାଳାରେ ଯୋଗ ଦେବେ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ
author img

By

Published : Jul 7, 2022, 10:57 PM IST

Updated : Jul 8, 2022, 7:46 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି (ଶୁକ୍ରବାର) ୮ ଜୁଲାଇ ସଂଧ୍ୟା ୬.୩୦ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକୃତାମାଳାରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ପ୍ରଥମ ଏଜେଏମଏଲରେ ମୁଖ୍ୟ ବକ୍ତବ୍ୟରେ ସିଙ୍ଗାପୁର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଥର୍ମାନ ଶାନମୁଗରାତନମ ‘ଅର୍ନ୍ତଭୁକ୍ତ ମାଧ୍ୟମରେ ଅଭିବୃଦ୍ଧି, ଅଭିବୃଦ୍ଧି ମାଧ୍ୟମରେ ଅନ୍ତର୍ଭୁକ୍ତତା’ ଉପରେ ବକୃତା ପ୍ରଦାନ କରିବେ । ଏହି ବକୃତା ପରେ ମାଥିଆସ କୋରମାନ (ଓଇସିଡି ମହାସଚିବ) ଏବଂ ଅରବିନ୍ଦ ପାନଗାରିଆ (ପ୍ରଫେସର, କଲମ୍ବିଆ ବିଶ୍ୱବିଦ୍ୟାଳୟ)ଙ୍କ ଦ୍ୱାରା ଏକ ପ୍ୟାନେଲ ଆଲୋଚନା ହେବ । ଅର୍ଥ ମନ୍ତ୍ରଣାଳୟର ଅଥନୈତିକ ବ୍ୟାପାର ବିଭାଗ ଅରୁଣ ଜେଟଲୀଙ୍କ ଦେଶ ପାଇଁ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ପ୍ରଥମ ‘ଅରୁଣ ଜେଟଲୀ ସ୍ମାରକୀ ବକୃତାମାଳ’ ଆୟୋଜନ କରିଛି ।

ଜୁଲାଇ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀ ( Kautilya Economic Conclave)ରେ ଅଂଶଗ୍ରହଣ କରୁଥିବା ପ୍ରତିନିଧୀଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଯେଉଁ ପ୍ରସିଦ୍ଧ ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ, ସେମାନଙ୍କ ମଧ୍ୟରେ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ଆନେ କ୍ରୁଗର, ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ନିକୋଲାସ ଷ୍ଟର୍ନ, ହାର୍ଭାର୍ଡ କେନେଡି ସ୍କୁଲର ରବର୍ଟ ଲରେନ୍ସ, ଆଇଏମଏଫର ପୂର୍ବତନ କାର୍ଯ୍ୟର୍ନିବାହୀ ପରିଚାଳନା ନିର୍ଦ୍ଦେଶକ, ଜନ ଲିପସ୍କି, ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ବ୍ୟାଙ୍କର ଭାରତୀୟ ନିର୍ଦ୍ଦେଶକ ଜୁନାଦ ଅହମ୍ମଦ ରହିଛନ୍ତି । ଅର୍ଥ ମନ୍ତ୍ରଣାଳୟର ସହଯୋଗରେ ଅର୍ଥନୈତିକ ଅଭିବୃଦ୍ଧି ପ୍ରତିଷ୍ଠାନ ଦ୍ୱାରା କେଇସି ଆୟୋଜିତ ହେଉଛି ।

Last Updated : Jul 8, 2022, 7:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.