ETV Bharat / bharat

ଆଜି India-Nordic ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

author img

By

Published : May 4, 2022, 9:55 AM IST

3 ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ତାଙ୍କ ଗସ୍ତର ଅନ୍ତିମ ତଥା ତୃତୀୟ ଦିନ । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ । ଆଜି (ବୁଧବାର) ଡେନମାର୍କରେ ଦ୍ବିତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଜି ଫ୍ରାନ୍ସ ଯିବେ ମୋଦି
ଆଜି ଫ୍ରାନ୍ସ ଯିବେ ମୋଦି

କୋପେନହେଗେନ: 3 ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ତାଙ୍କ ଗସ୍ତର ଅନ୍ତିମ ତଥା ତୃତୀୟ ଦିନ । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ । ଆଜି (ବୁଧବାର) ଡେନମାର୍କରେ ଦ୍ବିତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଡେନମାର୍କ, ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସ୍ବିଡେନ ଏବଂ ନରୱେର ପ୍ରଧାନମନ୍ତ୍ରୀମାନେ ଅଂଶଗ୍ରହଣ କରିବେ । 2018ରେ ସ୍ବିଡେନର ଷ୍ଟକହୋମ ଠାରେ ପ୍ରଥମ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଏହି ଶିଖର ସମ୍ମିଳନୀରେ ମହାମାରୀ ପରବର୍ତ୍ତୀ ଅର୍ଥନୀତିରେ ପୁନଃଉଦ୍ଧାର, ଜଳବାୟୁ ପରିବର୍ତ୍ତନ, ଉଦ୍ଭାବନ ଓ ପ୍ରଯୁକ୍ତିବିଦ୍ୟା ଓ ଶକ୍ତି ଉପରେ ଗୁରୁତ୍ବ ଦିଆଯିବ ବୋଲି ବିଦେଶ ଗସ୍ତ ପୂର୍ବରୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଅନ୍ୟ 4 ନର୍ଡିକ (ମାନବ ଜାତିତତ୍ତ୍ବ) ଦେଶର ନେତାଙ୍କୁ ଭେଟି ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଶିଖର ସମ୍ମିଳନୀ ପରେ ଅନ୍ତିମ ଗସ୍ତରେ ଫ୍ରାନ୍ସର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଇମାନୁଏଲ ମାକ୍ରନଙ୍କୁ ମଧ୍ୟ ଭେଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ସୋମବାର ତାଙ୍କୁ 3 ଦିନିଆ ବିଦେଶ ଯାତ୍ରା ଆରମ୍ଭ କରିଥିଲେ । ପ୍ରଥମେ ଜର୍ମାନର ବର୍ଲିନରେ ପହଞ୍ଚିଥିଲେ ସେଠାରେ ଜର୍ମାନ ଚାନ୍ସଲର ଓଲାଫ ସ୍କୋଲଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ପରେ ଉଭୟ ରାଷ୍ଟ୍ରମୁଖ୍ୟ ମିଳିତ ଅଭିବାଦନ ମଧ୍ୟ ଗ୍ରହଣ କରିଥିଲେ । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ମଧ୍ୟ ହୋଇଥିଲା । ଦ୍ବିତୀୟ ଦିନରେ ଡେନମାର୍କ ଗସ୍ତ କରିଥିଲେ । ଡେନମାର୍କରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ମୋଦି । ଏକାଧିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ରହି ଆସିଥିବା ରଣନୈତିକ ସମ୍ପର୍କର ସୁଦୃଢୀକରଣ ଉପରେ ମତ ବିନିମୟ କରିଥିଲେ ଉଭୟ ରାଷ୍ଟ୍ରମୁଖ୍ୟ । ଭାରତ-ଡେନମାର୍କ ବିଜନେସ ଫୋରମରେ ସାମିଲ ହୋଇଥିଲେ ।

ଡେନମାର୍କ ମାଟିରୁ ୟୁକ୍ରେନ-ଋଷ ଯୁଦ୍ଧ ନେଇ ଚିନ୍ତା ପ୍ରକଟ କରିଥିଲେ ମୋଦି । ବର୍ତ୍ତମାନ ପରିସ୍ଥିତିରେ ଯୁଦ୍ଧ ତୁରନ୍ତ ବନ୍ଦ କରାଯାଇ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ଦିଗରେ ଉଭୟ ପ୍ରତିଦ୍ବନ୍ଦୀ ଦେଶ ଆଗକୁ ବଢନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ । ଆଜି ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.