ETV Bharat / bharat

ଆଜି ବାରଣାସୀରେ ବିଜେପି ଶିବିରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ଖବର

ଦୁଇଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi )। ଗତକାଲି ୯୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ କାଶୀ ବିଶ୍ବନାଥ କରିଡର ଉଦଘାଟନ କରିଛନ୍ତି । ଆଜି ୧୨ ରାଜ୍ୟର ବିଜେପି ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ (BJP CMs conclave) କରିବେ । ଅଧିକ ପଢନ୍ତୁ

ଆଜି ବନାରସରେ ବିଜେପି ଶିବିରରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

author img

By

Published : Dec 14, 2021, 10:10 AM IST

Updated : Dec 14, 2021, 10:34 AM IST

ଲକ୍ଷ୍ନୌ: ଦୁଇଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi )। ଗତକାଲି ୯୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ କାଶୀ ବିଶ୍ବନାଥ କରିଡର ଉଦଘାଟନ କରିଛନ୍ତି । ଆଜି ୧୨ ରାଜ୍ୟର ବିଜେପି ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ (BJP CMs conclave) କରିବେ । ଏହାବାଦ ସଦଗୁରୁ ସନାତନଙ୍କ ୯୮ତମ ବାର୍ଷିକୀରେ ଯୋଗ ଦେବେ । ଅପରାହ୍ନ ୩ଟା ୩୦ରେ ଏହି କାର୍ଯ୍ୟକ୍ରମ ହେବାର ରହିଛି । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆସାମ, ଅରୁଣାଞ୍ଚଳପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ କନକ୍ଲେଭରେ ଯୋଗ ଦେବେ । ଏହି କନକ୍ଲେଭରେ ଗଭର୍ଣ୍ଣାନ୍ସ ସମ୍ପର୍କିତ ବିଷୟରେ ଆଲୋଚନା ହେବ । ଏଥିରେ ୯ ଉପମୁ୍ଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବେ । ଦୁଇଦିନିଆ ବାରଣାସୀ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ନୂତନ ଭାବେ ନିର୍ମିତ ବହୁ ପ୍ରତୀକ୍ଷିତ କାଶୀ ବିଶ୍ବନାଥ ମନ୍ଦିର କରିଡରର ଉଦଘାଟନ କରିଥିଲେ ।

୩୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପକୁ ଉଦଘାଟନ କରିବା ପରେ ସାଧୁସନ୍ଥ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । କାଶୀ ବିଶ୍ବନାଥ ଇତିହାସରେ ପ୍ରକଳ୍ପର ଏକ ନୂଆ ଅଧ୍ୟାୟ ଲେଖିଛି । ଏହାପରେ ସନ୍ଧ୍ୟାରେ ଗଙ୍ଗା ଆଳତୀ ଦେଖିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ବନାରସ ରେଲୱେ ଷ୍ଟେସନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ।

@ANI

Last Updated : Dec 14, 2021, 10:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.