ETV Bharat / bharat

ଆଜି ଗୁଜୁରାଟରେ ଉତ୍କର୍ଷ ସମାରୋହକୁ ସମ୍ବୋଧିତ କରିବେ PM ମୋଦି - ଉତ୍କର୍ଷ ସମାରୋହକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟର ଭାରୁଚରେ ଉତ୍କର୍ଷ ସମାରୋହକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀରୁ ମାର୍ଚ୍ଚ 31 ଯାଏଁ ଭାରୁଚ ପ୍ରଶାସନ ଉତ୍କର୍ଷ ଡ୍ରାଇଭ ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ

ଆଜି ଉତ୍କର୍ଷ ସମାରୋହକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

author img

By

Published : May 12, 2022, 7:33 AM IST

ନୂଆଦିଲ୍ଲୀ: ଆଜି ଉତ୍କର୍ଷ ସମାରୋହକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟର ଭାରୁଚରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ମୋଦି । ରାଜ୍ୟର ଜିଲ୍ଲାଗୁଡିକରେ 4ଟି ସରକାରୀ ଯୋଜନାର ଶତପ୍ରତିଶତ କାର୍ଯ୍ୟକାରିତା ନେଇ ଏହି ସମାରୋହ ଉତ୍ସର୍ଗୀକୃତ । ସରକାରୀ ଯୋଜନା ଦ୍ବାରା ସଠିକ ସମୟରେ ଲୋକଙ୍କୁ ଆର୍ଥିକ ସହାୟତା ମିଳିପାରିଛି ।

ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ 31 ଯାଏଁ ଭାରୁଚ ପ୍ରଶାସନ ଉତ୍କର୍ଷ ଡ୍ରାଇଭ ଆରମ୍ଭ କରିଥିଲେ । ଏହାର ଲକ୍ଷ୍ୟ ଥିବା ରାଜ୍ୟର ସମସ୍ତ ଦରିଦ୍ର, ବିଧବା ଏବଂ ବାର୍ଦ୍ଧ୍ୟକ ଲୋକଙ୍କୁ ବିଭିନ୍ନ ଯୋଜନା ଜରିଆରେ ସହାୟତା ପ୍ରଦାନ କରିବା । ସେମାନେ କିପରି ସରକାରୀ ଯୋଜନାରୁ ଲାଭବାନ ହେବେ ସେ ଦିଗରେ ଦୃଷ୍ଟି ଦେବା । 4ଟି ଯୋଜନାରେ ମୋଟ 12, 854 ହିତାଧୀକାରୀ ଚିହ୍ନଟ ହୋଇଛନ୍ତି ।

ଗଙ୍ଗା ସ୍ବରୁପା ଆର୍ଥିକ ସହାୟତା ଯୋଜନା, ଇନ୍ଦିରା ଗାନ୍ଧୀ ବୃଦ୍ଧ ସହାୟତା ଯୋଜନା, ନିରାଧର ବୃଦ୍ଧ ଆର୍ଥିକ ସହାୟତା ଯୋଜନା ଏବଂ ରାଷ୍ଟ୍ରୀୟ କୁଟୁମ୍ବ ସହାୟ ଯୋଜନା ଭଳି 4ଟି ଯୋଜନା ରହିଛି । ଯେଉଁମାନେ ଏହି ଯୋଜନାରେ ଲାଭବାନ ହୋଇନାହାନ୍ତି, ସେମାନଙ୍କ ଯୋଗାଯୋଗ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଥିଲା । ଉତ୍କର୍ଷ କ୍ୟାମ୍ପ ଜିଲ୍ଲା ମୁନସିପାଲଟି ଅଞ୍ଚଳର ସମସ୍ତ ଗାଁ ଏବଂ ୱାର୍ଡରେ ଆୟୋଜିକ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.