ETV Bharat / bharat

Gujarat Assembly polls: ଆଜି ୩ଟି ସଭାକୁ ସମ୍ବୋଧନ କରିବେ ମୋଦି

author img

By

Published : Nov 21, 2022, 9:25 AM IST

ଆଜି ଗୁଜୁରାଟର ତିନୋଟି ସ୍ଥାନରେ ବିଜୟ ସଙ୍କଳ୍ପ ସମ୍ମିଳନୀ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଆଜି ଗୁଜୁରାଟରେ ୩ଟି ସଭାକୁ ସମ୍ବୋଧନ କରିବେ ମୋଦି

ଗାନ୍ଧୀନଗର: ପାଖେଇ ଆସୁଛି ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly polls) । ନାମାନଙ୍କ ଦାଖଲ ପରେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀଙ୍କ ପ୍ରଚାର । ହାଇଭୋଲଟେଜ ପ୍ରଚାରରେ ଲାଗି ପଡିଛନ୍ତି ପ୍ରାର୍ଥୀଙ୍କ ସହ ଷ୍ଟାର ପ୍ରଚାରକ ଓ ଦଳୀୟ ନେତା । ଚଳିତ ସାଧାରଣ ନିର୍ବାଚନରେ ବିଜେପି, କଂଗ୍ରେସ ଓ ଆପ ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର ଲଢେଇ । ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ଗୁଜୁରାଟର ତିନୋଟି ସ୍ଥାନରେ ବିଜୟ ସଙ୍କଳ୍ପ ସମ୍ମିଳନୀ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ଦିନ ୧୧ଟା ସମୟରେ ସୁରେନ୍ଦ୍ରନଗର, ମଧ୍ୟାହ୍ନ ୧ଟାରେ ଜାବୁସରରେ ଓ ଅପରାହ୍ନ ୩ଟାରେ ନାଭସାରିରେ ସମ୍ବୋଧନ କରିବେ ମୋଦି ।

ସେହିପରି ଆଜି ଗୁଜୁରାଟର ଦ୍ୱାରକା, ସୋମନାଥ, ଜୁନାଗଡ ଏବଂ କୁଞ୍ଚ ଜିଲ୍ଲାରେ ଚାରିଟି ସାଧାରଣ ସଭା କରିବେ ଗୃହମନ୍ତ୍ରୀ ଅମିତ ଶାହ । ସକାଳ ପ୍ରାୟ ୧୧ ଟାରେ ଶାହ ଦ୍ୱାରକା ଜିଲ୍ଲାର ଖମ୍ବଲିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହାପରେ ମଧ୍ୟାହ୍ନ ୧ଟାରେ କୋଡିନାର ସୋମନାଥରେ ଏକ ସମାବେଶକୁ ସମ୍ବୋଧିତ କରିବେ । ଏହାପରେ ଜୁନାଗଡର ମଙ୍ଗ୍ରୋଲ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ କୁଞ୍ଚର ଭୁଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଅପରାହ୍ନରେ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଷ୍ଟାର ପ୍ରଚାରକ ଭାବେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅପରାହ୍ନ ୩ଟାରେ ଅହମ୍ମଦାବାଦ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ ସୋ’ କରିବା ପରେ ସାଧାରଣସଭାକୁ ସମ୍ବୋଧିତ କରିବେ । ଗତକାଲି ଗୁଜୁରାଟର ୪ଟି ସ୍ଥାନରେ ପ୍ରଚାର କରିଥିଲେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ପ୍ରାକ ବଜେଟ ଆଲୋଚନା, ଫେବୃଆରୀ ପହିଲାରେ ବଜେଟ

ଉଲ୍ଲେଖଯୋଗ୍ୟ, ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ଓ ୫ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଡିସେମ୍ବର ୮ ତାରିଖରେ ଭୋଟ ଗଣତି କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.