ETV Bharat / bharat

ଗୁଜୁରାଟ ଗସ୍ତରେ ମୋଦି, ଗଣ ବିବାହ କାର୍ଯ୍ୟକ୍ରମରେ ହେବେ ସାମିଲ

author img

By

Published : Nov 6, 2022, 8:55 AM IST

ଆଜି ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଗୁଜୁରାଟର ଭଲସାଦ ଜିଲ୍ଲାର ଏକ ସାଧାରଣ ସଭାରେ ସମ୍ବୋଧନ କରିବା ସହ ଗଣ ବିବାହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

ଗୁଜୁରାଟ ଗସ୍ତରେ ମୋଦି, ରାଲିକୁ ସମ୍ବୋଧନ କରିବା ସହ ଗଣ ବିବାହରେ ହେବେ ସାମିଲ

ଗାନ୍ଧୀନଗର: ପାଖଉଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଏନେଇ ଜୋରଦାର ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଜ ଗସ୍ତ କରିବେ(PM Modi to Visit Poll bound Gujarat) । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଆଜି ରାଲିକୁ ସମ୍ବୋଧନ କରିବେ ମୋଦି । ଗୁଜୁରାଟର ଭଲସାଦ ଜିଲ୍ଲାର ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ ପ୍ରଧାମନମନ୍ତ୍ରୀ । ଏହାସହ ଭାବାନଗରରେ ଆୟୋଜିତ ହେବାକୁ ଥିବା ଗଣ ବିବାହ କାର୍ଯ୍ୟକ୍ରମରେ (Mass Marriage Ceremony) ଯୋଗ ଦେବେ ।

କାର୍ଯ୍ୟକ୍ରମ ଅନୁସାରେ ଅପରାହ୍ନ ୩ଟାରେ ଭଲସାଦ ଜିଲ୍ଲାର କପ୍ରାଦା ଗ୍ରାମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ ପ୍ରଧାମନମନ୍ତ୍ରୀ । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଜୁରାଟ ଗସ୍ତ । ଏହାପରେ ସନ୍ଧ୍ୟା ୫ଟା ୪୫ ମିନିଟ ସମୟରେ ଭାବାନଗରରେ ଆୟୋଜିତ ପାପା ନି ପରି ଗଣ ଉତ୍ସବରେ ଯୋଗଦେବେ । ଏହି ବିବାହରେ ବାପାକୁ ହରାଇଥିବା ୫୨୨ଜଣ ଝିଅ ବିବାହ ବନ୍ଧନରେ ବାନ୍ଧି ହେବେ ।

ଏହାମଧ୍ୟ ପଢନ୍ତୁ: Elon Musk Tweet: ଭୋଜପୁରୀ ଗୀତ କମରିୟା ଲେଖି ଟ୍ବିଟ କଲେ ମସ୍କ

ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି । ଅକ୍ଟୋବର ୧୩ ତାରଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ଗୌରବ ଯାତ୍ରାର ଉଦଘାଟନ କରିଥିଲେ । ତେବେ ଏହା ପୂର୍ବରୁ ଅକ୍ଟୋବର ୧୨ ତାରିଖରେ ମୋଦି ରାଜକୋଟ ଜିଲ୍ଲାର ଜାମକାନଡୋରନାରେ ଅକ ସାଧାରଣ ସଭାକୁ ସମ୍ବେଧିତ କରିଥିଲେ । ଏହାସହ ଏକ ରୋଡ ଶୋ କରିଥିଲେ । ଯାହାକୁ ନେଇ ମୋଦି ଟ୍ବିଟକରି କହିଥିଲେ ଯେ, "ଏହା ମୋ ପାଇଁ ସ୍ବତନ୍ତ୍ର ଅଟେ । ଭରୁଚ ଠାରେ ୮ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ କିଛି ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ବୁସର ଠାରେ ବଲକ ଡ୍ରଗ ପାର୍କ, ଦହେଜ ଠାରେ ଗଭୀର ସମୁଦ୍ରରେ ପାଇପ ଲାଇନ ପ୍ରକଳ୍ପ, ଅଙ୍କଲେଶ୍ୱର ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଏବଂ ଅଙ୍କଲେଶ୍ୱର ଏବଂ ପନୋଲିରେ ବହୁ ସ୍ତରୀୟ ଔଦ୍ୟୋଗିକ ସେଡର ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।"

182 ଆସନ ବିଶିଷ୍ଟ ଗୁଜୁରାଟରେ ଡିସେମ୍ବର 1 ଓ 5 ତାରିଖ ଦୁଇ ପର୍ଯାୟରେ ମତଦାନ ହେବାକୁ ଯାଉଛି (Gujarat Assembly poll 2022)। ସେହିପରି 8 ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ରାଜ୍ୟରେ ଚଳିତ ଥର 7.13 ଲକ୍ଷ ନୂତନ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଚଳିତ ନିର୍ବାଚନ ନେଇ ଖୁବଜୋରରେ ପ୍ରଚାର ଜାରି ରହିଛି । ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଓ ବିରୋଧୀ କଂଗ୍ରେସ ମଧ୍ୟରେ ପାରମ୍ପାରିକ ଲଢେଇ ହୋଇ ଆସୁଥିବାବେଳେ ଚଳିତ ଥର କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP) ଏହି ଲଢେଇରେ ଏଣ୍ଟ୍ରି ମାରିଛି । ଫଳରେ ଚଳିତ ଥର ରାଜ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.