ETV Bharat / bharat

ଫେବୃଆରୀ 13ରେ ହାଇଦ୍ରାବାଦ ଆସିବେ ପ୍ରଧାନମନ୍ତ୍ରୀ - ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଫେବୃଆରୀ 13 ରେ ହାଇଦ୍ରାବାଦ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 7ହଜାର କୋଟି ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବେ । ଚଳିତବର୍ଷ ତେଲେଙ୍ଗାନାରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଅଧିକ ପଢନ୍ତୁ

ଫେବୃଆରୀ 13 ରେ ହାଇଦ୍ରାବାଦଫେବୃଆରୀ 13 ରେ ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଫେବୃଆରୀ 13 ରେ ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
author img

By

Published : Jan 21, 2023, 5:39 PM IST

ହାଇଦ୍ରାବାଦ: ଆସନ୍ତା (ଫେବୃଆରୀ) 13 ତାରିଖରେ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସିକନ୍ଦରାବାଦରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ କିଛି ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିବେ । ଚଳିତମାସ 19 ରେ ପ୍ରଧାନମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ଚୂଡାନ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରାଯାଇଥିଲା ।

ତେବେ 19 ତାରିଖ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ସିକନ୍ଦରବାଦ-ବିଶାଖାପାଟନମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା । ଗସ୍ତସୂଚୀ ପରିବର୍ତ୍ତନ ହେବା କାରଣରୁ ଏହି ଫ୍ଲାଗ-ଅଫ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିଥିଲେ । ସେହିପରି ପ୍ରାୟ 7ହଜାର କୋଟି ଟଙ୍କାର ବ୍ୟୟରେ ଅନ୍ୟ କିଛି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରହିଥିଲା । ଯାହା ଫେବୃଆରୀ 13ରେ ହେବାକୁ ଯାଉଛି ।

ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସିକନ୍ଦରାବାଦ ରେଳ ଷ୍ଟେସନର ଆଧୁନିକୀକରଣ ପ୍ରକଳ୍ପର ଶିଳାନ୍ୟାସ କର୍ଯ୍ୟକ୍ରମ ରହିଛି । ଯାହର ମୋଟ ବ୍ୟୟବରାଦ 699 କୋଟି ଟଙ୍କା ରହିଛି । ସେହିପରି କାଜିପେଟରେ 521 କୋଟି ବ୍ୟୟବରାଦରେ ହେବାକୁ ଥିବା ରେଳଓ୍ବେ ଓ୍ବାର୍କସପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । 1,410 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇସାରିଥିବା 85 କି.ମି ବିଶିଷ୍ଟ ସିକନ୍ଦରାବାଦ-ମହାବାହୁନଗର ରେଳ ଲାଇନର ଲୋକାର୍ପଣ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ପରେ ସିକନ୍ଦାରାବାଦ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏକ ସାଧାରଣ ସଭାକୁ ସେ ସମ୍ବୋଧିତ ମଧ୍ୟ କରିବେ ।

ଗୁରୁବାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ଣ୍ଣାଟକରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାଜପା ଶାସନରେ ରାଜ୍ୟର ପଛୁଆ ତାଲିକାରେ ଥିବା ଜିଲ୍ଲାଗୁଡିକରେ ଉନ୍ନତି ପହଞ୍ଚିଛି । ଲୋକେ ଯୋଜନା ସହ ଯୋଡି ହୋଇ ଲାଭାନ୍ବିତ ହୋଇଛନ୍ତି । ଅନ୍ୟ କିଛି ଲୋକାର୍ପିତ ଯୋଜନା ରାଜ୍ୟରେ ବିକାଶର ଗତିକୁ ଦୃତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେହିପରି କର୍ଣ୍ଣାଟକ ୟାଦଗିରିରେ କାର୍ଯ୍ୟକ୍ରମ ସାରିବା ପରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ହୋଇସାରିଥିବା କିଛି ଅଂଶ ସହ ଅନ୍ୟ କିଛି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ । ତେବେ ତେଲେଙ୍ଗାନାରେ ମଧ୍ୟ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ଜନତା ପାର୍ଟି ଓ ଦଳର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେସିଆର ଗଡରେ ନିର୍ବାଚନୀ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.