ETV Bharat / bharat

ଆଜି ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା - ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଧିକ ପଢ଼ନ୍ତୁ

pm modi to address pariksha pe charcha today
ଆଜି ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା
author img

By

Published : Apr 1, 2022, 7:32 AM IST

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅବିଭାବକଙ୍କୁ ପରୀକ୍ଷା ବିଷୟରେ ପରାମର୍ଶ ଦେବେ ମୋଦି । ଛାତ୍ରଛାତ୍ରୀମାନେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ନୂଆଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ ଆଜି 11ଟା ସମୟରେ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ 9ମରୁ 12ଦଶ ଶ୍ରେଣୀର ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ସାମିଲ ହେବେ । ପରୀକ୍ଷା ସହ ଜଡିତ ସମସ୍ତ ବିଷୟ ତଥା ଚାପମୁକ୍ତ ପରୀକ୍ଷା ହେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବେ ।

କୋରୋନା କଟକଣା ଯୋଗୁଁ ଗତ ବର୍ଷ ଅନଲାଇନ ମୋଡରେ ଆୟୋଜନ ହୋଇଥିଲା । ହେଲେ ସଂକ୍ରମଣରେ ହ୍ରାସ ଘଟିବା ଯୋଗୁଁ ପୂର୍ବଭଳି ପୁନଃ ସିଧାରଳଖ ମୋଦିଙ୍କ ସହ କଥା ହୋଇପାରିବେ ଛାତ୍ରଛାତ୍ରୀ । ଗତ ଗୁରୁବାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ କିଛି ଟିପ୍ସ ଥିବା ଭିଡିଓ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି । ଏହି ଭିଡିଓ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଜୀବନ ଏବଂ ପରୀକ୍ଷା ସହ ଜଡିତ କିଛି ବିଷୟ ରହିଛି । ଏଥିରେ ମୋଦିଙ୍କ ପୂର୍ବ ବର୍ଷ ଗୁଡ଼ିକର 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମର କିଛି ଟିପ୍ସ ମଧ୍ୟ ରହି ଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.