ETV Bharat / bharat

ଜି-7 ଶିଖର ସମ୍ମିଳନୀର ଆଉଟରିଚ୍ ସେସନକୁ ସମ୍ବୋଧିତ କରିବେ ପିଏମ ମୋଦି

author img

By

Published : Jun 12, 2021, 9:28 AM IST

ପ୍ରଧାନମନ୍ତ୍ରୀ ମୋଦି ଆଜି(ଶନିବାର) ଓ ରବିବାର ଜି -7 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିମନ୍ତ୍ରଣକ୍ରମେ ମୋଦି ଭର୍ଚୁଆଲରେ ଏହି ଆଉଟରିଚ୍ ସେସନରେ ଯୋଗ ଦେବେ । ଅଧିକ ପଢନ୍ତୁ...

ଜି 7 ଶିଖର ସମ୍ମିଳନୀର ଆଉଟରିଚ୍ ସେସନକୁ ସମ୍ବୋଧିତ କରିବେ ପିଏମ ମୋଦି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ତିନି ଦିନିଆ ଜି -7 ଶିଖର ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ଓ ଆସନ୍ତାକାଲି (ରବିବାର) ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିମନ୍ତ୍ରଣକ୍ରମେ ଏହି ଆଉଟରିଚ୍ ସେସନରେ ଭର୍ଚୁଆଲି ଯୋଗ ଦେବେ ମୋଦି ।

ଚଳିତ ବର୍ଷ ବ୍ରିଟେନ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି ଏବଂ ଭାରତ ସମେତ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଏଠାକୁ ଆମନ୍ତ୍ରିତ କରିଛି । ସୂଚନାଥାଉ କି, ଜି 7 ହେଉଛି କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଆମେରିକା ଓ ବ୍ରିଟେନ ଭଳି 7 ଟି ଶକ୍ତିଶାଳୀ ରାଷ୍ଟ୍ରର ମିଳିତ ସଙ୍ଘ । ତେବେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ 2019 ମସିହା ଫ୍ରାନ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-7 ସମ୍ମିଳନୀରେ ଭାରତକୁ ଆମନ୍ତ୍ରିତ କରାଯାଇଥିଲା । ଯାହାର ବିଷୟବସ୍ତୁ ଥିଲା ଜଳବାୟୁ, ଜୈବ ବିବିଧତା ଏବଂ ଡିଜିଟାଲ ପରିବର୍ତ୍ତନ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଚଳିତ ବର୍ଷ ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି 'ଉନ୍ନତ ପୁନଃନିର୍ମାଣ' ଏବଂ ଅଧ୍ୟକ୍ଷତା କରୁଥିବା ବ୍ରିଟେନ ଏଥିରେ 4ଟି ବିଷୟକୁ ପ୍ରାଥମିକତା ଦେଇଛି । ବିବୃତ୍ତି ଅନୁଯାୟୀ, ଭବିଷ୍ୟତର ମହାମାରୀ ବିରୁଦ୍ଧରେ ମୁକାବିଲାକୁ ମଜବୁତ କରିବା ସହିତ କୋରୋନାରୁ ବିଶ୍ବକୁ ମୁକ୍ତ କରିବା, ଜଳବାୟୁ ପରିବର୍ତ୍ତନର ସମାଧାନ, ନ୍ୟାୟ ଓ ମୁକ୍ତ ବାଣିଜ୍ୟକୁ ସମର୍ଥନ ଦେଇ ଭବିଷ୍ୟତର ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଆଦି ସମ୍ମିଳନୀ ବିଷୟବସ୍ତୁର ଅନ୍ତର୍ଭୁକ୍ତ ଅଟେ ।

ସୂଚନାଥାଉ କି, ଗତ ମାସରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଥର ପ୍ରଧାନମନ୍ତ୍ରୀ ଜି-7 ଶିଖର ସମ୍ମିଳନୀରେ ଭାଗ ନେବାକୁ ବ୍ରିଟେନ ଗସ୍ତ କରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.