ETV Bharat / bharat

ଆଜି 'ମନ କି ବାତ'ର 75ତମ ସଂସ୍କରଣ

author img

By

Published : Mar 28, 2021, 7:20 AM IST

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୟ 11ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏହା ମାସିକ ରେଡିଓ କାର୍ଯ୍ୟକ୍ରମର 75 ତମ ପର୍ଯ୍ୟାୟ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର 75 ତମ ସଂସ୍କରଣକୁ ରବିବାର(ଆଜି) ସମ୍ବୋଧିତ କରିବେ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ମନର କଥା କହିବେ ପିଏମ । ପ୍ରତିଥର ପରି ଏଥର ମଧ୍ୟ ପୂର୍ବାହ୍ନ 11 ସମୟରେ ରେଡିଓ, ଡିଡି, ନରେନ୍ଦ୍ର ମୋଦି ମୋବାଇଲ ଆପ୍‌ରେ ଶୁଣିବାକୁ ମିଳିବ ।

ପ୍ରଧାନମନ୍ତ୍ରୀ ମନ କି ବାତର 75 ତମ ସଂସ୍କରଣର ବିଷୟବସ୍ତୁ ବିଷୟରେ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କଠାରୁ ଧାରଣା ଏବଂ ପରାମର୍ଶ ଲୋଡିଥିଲେ । ଏହା ସହିତ ଏହା ମାସିକ କାର୍ଯ୍ୟକ୍ରମରେ ସେ ଲୋକଙ୍କୁ ତାଙ୍କ ପ୍ରେରଣାଦାୟକ ଜୀବନ ଅନୁଭୂତି ବାଣ୍ଟିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ ।

ଆଜିର ଏହି ରେଡିଓ କାର୍ଯ୍ୟକ୍ରମ ଚଳିତ ବର୍ଷର ତୃତୀୟ ମନ କି ବାତ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆକର୍ଷଣୀୟ ବିଷୟଗୁଡିକ ଚର୍ଚ୍ଚା କରିବା ସହିତ ଭାରତର ବିଭିନ୍ନ ସ୍ଥାନର ପ୍ରେରଣାଦାୟକ ଜୀବନ ଯାତ୍ରା ବିଷୟରେ ଲୋକଙ୍କୁ ଅବଗତ କରାଇବା । ଏ ନେଇ ନିଜର ମତକୁ ନମୋ ଆପରେ ରେର୍କଡ କରିବାକୁ ଚଳିତ ମାସର ପ୍ରାରମ୍ଭରେ ଟ୍ବିଟ କରି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଫେବୃଆରୀ 28ରେ ପ୍ରସାରିତ 74ତମ ମନ କି ବାତ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳତାର ଧାରଣାକୁ ପ୍ରୋତ୍ସାହିତ କରିବା ସହିତ ଲୋକଙ୍କୁ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ଯେତେବେଳେ ଲୋକମାନେ ସ୍ବଦେଶୀ ଉତ୍ପାଦ ବ୍ୟବହାର କରି ଗର୍ବ ଅନୁଭବ କରିବେ ସେତେବେଳେ ଆତ୍ମନିର୍ଭର ଭାରତରେ ଖାଲି ଗୋଟିଏ କାର୍ଯ୍ୟକ୍ରମ ହେବନି ବରଂ ଏହା ଦେଶବାସୀଙ୍କ ଭାବନା ବଢାଇବ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.