ନୂଆଦିଲ୍ଲୀ: ଆଜି(ରବିବାର) ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ । ପୂର୍ବାହ୍ନ 11ଟାରେ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆଜିର ଏହି ମନ କି ବାତ କାର୍ଯ୍ୟକ୍ରମର 79ତମ ଏପିସୋଡ । କୋରୋନାର ତୃତୀୟ ଲହର ଓ ଟୀକାକରଣ ନେଇ କିଛି ଆଲୋଚନା ହେବା ନେଇ ସୂଚନା ମିଳିଛି । ଶେଷଥର ପାଇଁ ଜୁନ 27ରେ ଦେଶବାସୀଙ୍କୁ ମନର କଥା କହିଥିଲେ ମୋଦି । ଏଥିରେ ଖେଳ ଜଗତରେ ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ ମୋଦି । ଏହା ସହିତ ରେଡିଓ କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ ବିଷୟରେ ଆଲୋଚନା କରିଥିଲେ । ଗୋଟିଏ ଦିନରେ ମାଗଣା ଟୀକାକରଣର ଅଭିଯାନକୁ ପ୍ରଶଂସା କରିଥିଲେ ମୋଦି ।
ମନ କି ବାତ ପ୍ରଧାନମନ୍ତ୍ରୀଙ୍କ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ । 'ମନ କି ବାତ' କାର୍ଯ୍ୟକ୍ରମ ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ପକ୍ଷରୁ ପ୍ରତି ଆଞ୍ଚଳିକ ଭାଷାରେ ଏହାକୁ ପ୍ରସାରିତ କରାଯିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ